ଭାରତ-ଆମେରିକା ଚୁକ୍ତି ପ୍ରସଙ୍ଗ: ୫ ରାଜ୍ୟ ଓ ଜମ୍ମୁ-କାଶ୍ମୀରର ନେତାଙ୍କୁ ଭେଟି ଆନ୍ଦୋଳନ ପ୍ରସ୍ତୁତି କରିବ କଂଗ୍ରେସ
ନନ୍ଦିଘୋଷ ବ୍ୟୁରୋ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ପ୍ରସଙ୍ଗ। ଆଜି ୫ ରାଜ୍ୟ ଓ ଜାମ୍ମୁ ଏବଂ କାଶ୍ମୀରର କଂଗ୍ରେସ ନେତାଙ୍କୁ ଭେଟିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନେତା । ଭାରତ-ଆମେରିକା ବାଣିଜ୍ୟ ରାଜିନାମାକୁ ପ୍ରଥମରୁ ବିରୋଧ କରିଆସୁଛି କଂଗ୍ରେସ । ଏନେଇ ଦଳ ପକ୍ଷରୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା ।
ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଏବଂ ଜାମ୍ମୁ ଓ କାଶ୍ମୀରର ବରିଷ୍ଠ କଂଗ୍ରେସ ନେତାଙ୍କ ସହ ବୈଠକ କରି ଆନ୍ଦୋଳନ ସମ୍ପର୍କରେ ନଷ୍ପତ୍ତି ନେବେ କଂଗ୍ରେସ ହାଇକମାଣ୍ଡ । ଏହାସହ ଏମଜିଏନଆଇଜିଏ ଓ ଅନ୍ୟ ପ୍ରସଙ୍ଗରେ ବି ଏହି ସବୁ ରାଜ୍ୟରେ କରାଯିବ ଆନ୍ଦୋଳନ । ଭାରତର କୃଷି, ଶକ୍ତି ନିରାପତ୍ତା ପ୍ରତି ଚାଲେଞ୍ଜ ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଆସୁଛି କଂଗ୍ରେସ । ଆମେରିକାରୁ ମକା, ସୋରଗମ, ସୋୟାବିନ ଓ ଅନ୍ୟ ଖାଦ୍ୟଶସ୍ୟ ବିପୁଳ ଭାବେ ଆମଦାନୀ ହେବାକୁ ଯାଉଥିବାରୁ ଭାରତ ଗଭୀର କ୍ଷତିଗ୍ରସ୍ତ ହେବ ବୋଲି ଦଳ କହିଆସୁଛି ।

