ଓ୍ୱାଙ୍ଖଡେରେ ମୁହାଁମୁହିଁ ହେବେ ଫିଞ୍ଚ୍‌ ଓ କୋହଲି ବାହିନୀ

1 min read

ମୁମ୍ବାଇ: ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ । ମୁମ୍ବାଇରେ ମୁହାଁମୁହିଁ ହେବେ ଫିଞ୍ଚ ଓ କୋହଲି ବାହିନୀ । ଆହତ କାରଣରୁ ଦଳରୁ ଦୂରେଇ ରହିଥିବା ଜସ୍‌ପ୍ରୀତ୍‌ ବୁମ୍ରା ଦଳକୁ ଫେରିଛନ୍ତି । ସେହିପରି ଶ୍ରୀଲଙ୍କା ସିରିଜରେ ବିଶ୍ରାମ ନେଇଥିବା ରୋହିତ ଶର୍ମା ଓ ମହମ୍ମଦ ସାମି ମଧ୍ୟ ଚୂଡ଼ାନ୍ତ ଦଳର ଶକ୍ତି ବଢ଼ାଇବେ । ଦିନ ୧ଟା ୩୦ରେ ଖେଳାଯିବ ମ୍ୟାଚ୍‌ । ପୂର୍ବବର୍ଷ ଭାରତୀୟ ଗସ୍ତରେ ଆସି ୩-୨ରେ ସିରିଜକୁ ନିଜ ନାଁରେ କରିଥିଲା କଙ୍ଗାରୁ ଦଳ ।

ସେହିପରି ଆରନ୍‌ ଫିଞ୍ଚ୍‌ଙ୍କ ନେତୃତ୍ୱରେ କଙ୍ଗାରୁ ଦଳ ପୁଣି ପୂର୍ବ ବର୍ଷର ସଫଳତା ଦୋହରାଇବାକୁ ଚାହିଁବେ । ସ୍ମିଥ୍‌, ଓ୍ୱାର୍ଣ୍ଣରଙ୍କ ସହ ନବାଗତ ମାର୍ନସ ଲେବୁସେନଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଯଦି ଫିଞ୍ଚକୁ ଦେଖିବା ତେବେ ଓ୍ୱାଙ୍ଖଡେରେ ରାତିରେ କାକରର ପ୍ରଭାବ ପଡ଼ିପାରେ । ସେଥିପାଇଁ ଦୁଇ ଦଳ ପାଇଁ ଟସ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଦିନିକିଆ ଖେଳାଯିବ । ସେପଟେ କୋହଲିଙ୍କ ନିକଟରେ ରହିଛି ସଚିନଙ୍କ ରେକର୍ଡର ସମକକ୍ଷ ହେବାର ସୁଯୋଗ ।

ଦିନିକିଆ ଫର୍ମାଟରେ ଭାରତ ମାଟିରେ ୨୦ଟି ଶତକ ହାସଲ କରିଛନ୍ତି ତେନ୍ଦୁଲକର । ତାଙ୍କ ପଛକୁ ୧୯ ଶତକ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିରାଟ । ଆଜିର ମ୍ୟାଚ୍‌ରେ ଶତକ ହାସଲ କରିପାରିଲେ ସଚିନଙ୍କ ରେକର୍ଡର ସମକକ୍ଷ ହୋଇପାରିବେ କୋହଲି ।

Leave a Reply