ମହିଳା ବିଶ୍ବକପ : ସେମିଫାଇନାଲରେ କେମିତି ପହଞ୍ଚିବ ଭାରତ ?

ନନ୍ଦିଘୋଷ ବ୍ୟୁରୋ: ମହିଳା ବିଶ୍ବକପ ୨୦୨୫ ଏବେ ବେଶ ରୋମାଞ୍ଚକର ପରିସ୍ଥିତିରେ ପହଞ୍ଚିଛି । ସେମିଫାଇନାଲରେ ପହଞ୍ଚିବ କେଉଁ ଦଳ ? ଏହାକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ଭିତରେ ଭାରତ କେମିତି ପହଞ୍ଚିବ ? ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ୪ଟି ଲେଖାଏଁ ବିଜୟ ସହ ଏକପ୍ରକାର ସ୍ଥାନ ପକ୍କା କରିଥିବାବେଳେ ଶେଷ ସ୍ଥାନରେ ଯିବା ଲାଗି ଏବେ ୩ ଦଳ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି । ନ୍ୟୁଜିଲାଣ୍ଡ, ଭାରତ ଏବଂ ଶ୍ରୀଲଙ୍କା ୪ ପଏଣ୍ଟ ପାଇଛନ୍ତି । ବାଂଲାଦେଶ ବିପକ୍ଷ ମ୍ୟାଚ ଜିତିବା ପରେ ଶ୍ରୀଲଙ୍କା ଏହି ଦୌଡରେ ସାମିଲ ହୋଇଛି । ଭାରତର ନେଟ୍ ରନରେଟ୍ ଭଲ ରହିଛି । ଭାରତ ନିଜର ଶେଷ ଦୁଇ ମ୍ୟାଚରେ ନ୍ୟୁଜିଲାଣ୍ଡ ଏବଂ ବାଲାଂଦେଶକୁ ଭେଟିବାକୁ ଯାଉଛି । ଏଣୁ ଭାରତ ଯଦି ଏହି ଦୁଇଟି ଯାକ ମ୍ୟାଚ ଜିତେ ତାହେଲେ ସେମିଫାଇନାଲ ରାସ୍ତା ଏକପ୍ରକାର ନିଶ୍ଚିତ ।
ଅନ୍ୟପଟେ ଭାରତ ଯଦି ନ୍ୟୁଜିଲାଣ୍ଡଠାରୁ ହାରେ ଏବଂ ବାଲାଂଦେଶଠାରୁ ଜିତେ ତାହେଲେ କଷ୍ଟକର ରହିଛି । କାରଣ ନ୍ୟୁଜିଲାଣ୍ଡ ଯଦି ଇଂଲଣ୍ଡଠାରୁ ହାରେ ତାହେଲେ ଭାରତର ସେମିଫାଇନାଲ ଯିବା ଆଶା ଉଜ୍ଜିବିତ ହେବ । ଅନ୍ୟପଟେ ଶ୍ରୀଲଙ୍କା ନିଜର ଶେଷ ଦୁଇ ମ୍ୟାଚ ମଧ୍ୟରେ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ବିପକ୍ଷରେ ଖେଳଯିବାକୁ ଯାଉଛି । ଏଣୁ ଏହି ଦଳର ପ୍ରଦର୍ଶନ ଉପରେ ନିର୍ଭର କରୁଛି । ଯଦି ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ବିପକ୍ଷ ଦୁଇଟି ଯାକ ମ୍ୟାଚ ଜିତେ ତାହେଲେ ସେମିଫାଇନାଲରେ ପହଞ୍ଚି ପାରିବ ଶ୍ରୀଲଙ୍କା ।