ବାୟୁସେନାର ଟ୍ରେନି ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ, ମହିଳା ପାଇଲଟ ସାମାନ୍ୟ ଆହତ

ପୁନେ: ମହାରାଷ୍ଟ୍ର ପୁନେରେ ଭାରତୀୟ ବାୟୁସେନାର ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନଟି ଆଜି ସକାଳେ ବାରାମତୀରୁ ଉଡ଼ାଣ ଭରିଥିଲା । ଟ୍ରେନିଂ ବେଳେ ବିମାନଟି ଖସି ପଡ଼ିବା ଯୋଗୁ ମହିଳା ପାଇଲଟ ଆହତ ହୋଇଛନ୍ତି । ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଟୁ ସିଟର ଏହି ଏୟାରକ୍ରାଫ୍ଟଟି ଇନ୍ଦାପୁରର ଏକ ଚାଷଜମିରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା । କାରବେର ଆଭିଏସନର ଏହି ବିମାନରେ ଟ୍ରେନିଂ ବେଳେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଯୋଗୁ ପାଇଲଟ ଏହାକୁ ଏମର୍ଜେନ୍ସି ଲ୍ୟାଣ୍ଡ କରିଥିଲେ । ବିମାନଟି ତଳେ ମାଡ଼ ହୋଇ ଭାଙ୍ଗିଯାଇଥିଲା । ସ୍ଥାନୀୟ କିଛି ଯୁବକ ଘଟଣା ସ୍ଥଳରେ ପହଞ୍ଚି ପାଇଲଟଙ୍କୁ ଉଦ୍ଧାର କରିଥିଲେ । ୨୨ବର୍ଷୀୟା ମହିଳା ପାଇଲଟ ଭାବିକା ରାଠୋର ଆହତ ହୋଇଛନ୍ତି ।