ଚୀନ ଓ ପାକିସ୍ତାନକୁ ଚେକ୍ ଦେବ ଭାରତୀୟ ସେନା, ଏଲଏସିରେ ଯବାନଙ୍କ ଜୋରଦାର ସମରାଭ୍ୟାସ

1 min read

ନୂଆଦିଲ୍ଲୀ: ସାବଧାନ ଶତ୍ରୁରାଷ୍ଟ୍ର । ଚେକ୍‌ ଦେବ ଭାରତୀୟ ସେନା । ଚୀନ ଓ ପାକିସ୍ତାନକୁ ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ । ଏଥିପାଇଁ ଏଲଏସିରେ ଜୋରଦାର ସମରାଭ୍ୟାସ କରିଛି ସେନା । ଟ୍ୟାଙ୍କ ଓ କମ୍ବାଟର ସୌର୍ଯ୍ୟ ପ୍ରଦର୍ଶନ । ଲଦାଖର ପୂର୍ବାଞ୍ଚଳ ସେକ୍ଟରରେ ଟ୍ୟାଙ୍କର ଡ୍ରିଲ୍ । ଶତ୍ରୁକୁ ଜବାବ ଦେବାକୁ ଜୋରଦାର ଅଭ୍ୟାସ କରିଛି ସେନା । ଭାରତୀୟ ସେନାର BMP ଇନଫ୍ୟାଣ୍ଟ୍ରି କମ୍ବାଟ ଅଭ୍ୟାସ କରିଛି । ପୂର୍ବ ଲଦାଖ ନ୍ୟୋମାରେ ସିନ୍ଧୁ ନଦୀ ପାର କରିଛି । ପୂର୍ବ ଲଦାଖରେ ସୀମାକୁ ସୁରକ୍ଷା ଦେଉଥିବା ଯବାନଙ୍କ ପାଇଁ ସବୁ ଟେରେନ ବାହାନ ସଞ୍ଚାଳନ କରୁଛି । ପୂର୍ବ ଲଦାଖ ସେକ୍ଟରରେ ଭାରତୀୟ ସେନାର ନୂଆ ଅସ୍ତ୍ର ନିୟୋଜିତ ହୋଇଛି । ନୂଆ ଯୁଦ୍ଧାସ୍ତ୍ର ମଧ୍ୟରେ ଭାରତରେ ତିଆରି ଧନୁଷ, M4 କୁଇକ୍ ରିଆକ୍ସନ ଫୋର୍ସ ବାହନ ଓ ଟେରେନ ବାହନ ସାମିଲ ହୋଇଛି ।

ଧନୁଷ ୧୫୫ ମିଲିମିଟର ଇନଟୁ ୪୫ କ୍ୟାଲିବରର ମେଡ୍ ଇନ୍ ଇଣ୍ଡିଆ ଯଦ୍ଧାସ୍ତ୍ର । ଜବଲପୁରର ଏକ ଗନ୍ କ୍ୟାରିଜ୍ ଫ୍ୟାକ୍ଟ୍ରିରେ ଏହି ଆଧୁନିକ ଟୁ ସିଷ୍ଟମ ଯୁଦ୍ଧାସ୍ତ୍ର ବର୍ଷେ ତଳେ ତିଆରି ହୋଇଥିଲା । ୪୮ କିଲୋମିଟରରେ ଥିବା ଟାର୍ଗେଟ୍ ହିଟ୍ କରିବାରେ ଏହା ସକ୍ଷମ । ସମୁଦ୍ରରୁ ୪ ହଜାର ମିଟର ଉପର ଯାଏ ଏହା ଲକ୍ଷ୍ୟଭେଦ କରିପାରିବ । ଏଥିରେ ୬ ପ୍ରକାରର ଗୋଳା ବାରୁଦ ରହିଛି । ପ୍ରଥମ ଫାୟାରିଂରେ ୩ ରାଉଣ୍ଡ ଫାୟାର କରିପାରେ । ସେହିପରି ବଫର୍‌ ଟେକନିକକୁ ଏଥିରେ ରଖାଯାଇଛି । ଏନେଇ କ୍ୟାପଟେନ୍ ଭି. ମିଶ୍ରା ସୂଚନା ଦେଇଛନ୍ତି ।