ଅରୁଣାଚଳ ପ୍ରଦେଶ ସୀମାରେ ଚୀନ ସେନାକୁ ଘଉଡ଼ାଇଲେ ଭାରତୀୟ ଯବାନ

1 min read
Indian Army Troops Intercepting Chinese Army Soldiers Near Arunachal Pradesh

ଇଟାନଗର: ସୀମାରେ ବଢ଼ୁଛି ଚୀନର ଗତିବିଧି । ଦାବି ଅନୁସାରେ, ନିକଟରେ ବୁମ ଲା (ଦର୍ରା)ରେ ଚୀନ ସେନା ସହ ଭାରତୀୟ ଯବାନ ମୁହାଁମୁହିଁ ହୋଇଛନ୍ତି । ଭାରତୀୟ ସେନାର କଡ଼ ଜବାବ ପରେ ଚୀନ ସେନା ପଛକୁ ହଟିଛି । ଏବେ ସେହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ, ଭାରତୀୟ ସେନା ପକ୍ଷରୁ ଏନେଇ ଅଧିକାରୀକ ଭାବେ କୌଣସି ସୂଚନା ଦିଆଯାଇ ନାହିଁ ।

ଦାବି ଅନୁସାରେ, ଏହି ଭିଡିଓଟି ଅରୁଣାଚଳ ପ୍ରଦେଶ ବୁମ୍ ଲା ନିକଟରେ ଉଠାଯାଇଛି । ୧୯୬୨ ଯୁଦ୍ଧ ସମୟରେ ଏହି ଅଞ୍ଚଳରେ ଭାରତୀୟ ଓ ଚୀନ ଯବାନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା । ଏବେ ଏହି ଅଞ୍ଚଳର ସୁରକ୍ଷା ପାଇଁ ୨୪ ଘଣ୍ଟା ଭାରତୀୟ ଯବାନ ଓ ଆଇଟିବିପି ଯବାନ ନିୟୋଜିତ ଅଛନ୍ତି । ଭିଡିଓରେ ଏକ ଛୋଟ ନଦୀର ଏପଟେ ଭାରତୀୟ ଯବାନ ଅନ୍ୟପଟେ ଚୀନ ସୈନିକ କଥା ହେଉଥିବା ଦେଖାଯାଉଛି ।

ଭିଡିଓରେ ଭାରତୀୟ ସେନାର ଜଣେ ଯବାନ ଚୀନ ସେନାକୁ ଇଂରାଜୀରେ କହୁଛନ୍ତି, ‘ଆମେ ଯଥାସ୍ଥିତି ରଖିବାରେ ବିଶ୍ୱାସ କରୁ । ଆପଣ ମଧ୍ୟ ସେହିଭଳି କରନ୍ତୁ । ବୁଝନ୍ତୁ… ? ଚୀନ ଯବାନ କହୁଛନ୍ତି, ‘ହଁ… ହଁ… ମୁଁ ବୁଝୁଛି ।’

ତେବେ ଏହି ଭିଡିଓଟି କେବେର ଜଣାପଡ଼ିନାହିଁ । ତେବେ ଦାବି କରାଯାଉଛି, ଏହି ଭିଡିଓଟି ନିକଟରେ ଉତ୍ତୋଳନ କରାଯାଇଛି । କିଛିଦିନ ତଳେ ଚୀନ ଅରୁଣାଚଳ ପ୍ରଦେଶର ୧୫ଟି ସ୍ଥାନରେ ଚୀନ ଅକ୍ଷର, ତିବ୍ବତୀ ଓ ରୋମନ ବର୍ଣ୍ଣମାଳାରେ ନାଁକୁ ବଦଳାଇ ଦିଆଯାଇଛି । ଏହିସବୁ ନାମ ଚୀନ ଅଧିକାରୀ ନକ୍ସା ବା ମାନଚିତ୍ରରେ କରୁଛନ୍ତି ।

Leave a Reply