LACରେ ସହମତି ପରେ ପଛକୁ ଫେରୁଛନ୍ତି ଭାରତ-ଚୀନ ସେନା, ଆସିଲା ପ୍ରଥମ ଭିଡିଓ

1 min read
Indian Army Video Of Ongoing Disengagement Process In Ladakh At LAC

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ବିଗତ କିଛି ଦିନ ହେଲା ଉତ୍ତେଜନା ଥମିଛି । ଆଜି ପ୍ରତିରକ୍ଷା ମନ୍ତ୍ରୀ ସଂସଦରେ କହିଥିଲେ- ଲଦାଖର ପ୍ୟାଙ୍ଗୋଗ ହ୍ରଦର ଉତ୍ତର ଓ ଦକ୍ଷିଣ ଭାଗରୁ ସେନା ପଛକୁ ହଟିବା ନେଇ ଭାରତ ଓ ଚୀନ ମଧ୍ୟରେ ସହମତି ପ୍ରକାଶ ପାଇଛି । ଏହା ପୂର୍ବରୁ ବୁଧବାର ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଥିଲା- ଭାରତ ଓ ଚୀନ ସେନା ପଛକୁ ହଟୁଛନ୍ତି । ଏବେ ଦୁଇ ଦେଶର ସେନା ପଛକୁ ହଟୁଥିବାର ଭିଡିଓ ଆସିଛି ।

ଭିଡିଓରେ ଦୁଇ ଦେଶର ସେନା ପ୍ରଥମେ କରମର୍ଦ୍ଦନ କରୁଛନ୍ତି । ଏହାପରେ ଭାରତ ଓ ଚୀନ ସେନାର ଗୋଟିଏ ପରେ ଗୋଟିଏ ଟ୍ୟାଙ୍କ ପଛକୁ ଫେରୁଥିବା ଦେଖାଯାଉଛି ।

Indian Army Video Of Ongoing Disengagement Process In Ladakh At LAC

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି କହିଥିଲେ- ପ୍ୟାଙ୍ଗୋଗରେ ହ୍ରଦ ଅଞ୍ଚଳରେ ଚୀନ ସହିତ ଯବାନ ପଛକୁ ହଟିବା ନେଇ ସହମତି ହୋଇଛି । ସେହି ଅନୁସାରେ ଉଭୟ ପକ୍ଷରୁ ଠୁଳ ଯୁଦ୍ଧ ଟ୍ୟାଙ୍କକୁ ପର୍ଯ୍ୟାୟକ୍ରମେ ହଟାଯାଉଛି । ଚୀନ ସେନା ଫିଙ୍ଗର ୮ରେ ରହିବା ସହ ଭାରତ ସେନା ଫିଙ୍ଗର ୩ରେ ରହିବେ ।

Indian Army Video Of Ongoing Disengagement Process In Ladakh At LAC

ଏହାଛଡ଼ା ବୁଝାମଣା ଅନୁସାରେ, ଉଭୟ ପକ୍ଷ ଏପ୍ରିଲ୍ ୨୦୨୦ ପରେ ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ କରିଥିବା ନିର୍ମାଣକୁ ଭାଙ୍ଗିବା ସହ ପୂର୍ବ ସ୍ଥିତିକୁ ଫେରାଇ ଆଣିବେ । ବିଗତ ୯ ମାସ ଧରି ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା । ୨୦୨୦ରୁ ଲଗାତାର ସୈନ୍ୟ ଓ କୂଟନୀତିକ ସ୍ତରରେ ଉଭୟ ପକ୍ଷ ବାରମ୍ବାର ଆଲୋଚନା କରିଥିଲେ । ଏଥିପାଇଁ ଦୁଇ ଦେଶର ବରିଷ୍ଠ କମାଣ୍ଡର ସ୍ତରରେ ୯ ପର୍ଯ୍ୟାୟ ବୈଠକ ବସିଥିଲା ।

Leave a Reply