ଏହି ଖେଳାଳି, ଗୋଟିଏ ପାଳିରେ ନେଲେ ୧୦ ଓ୍ବିକେଟ
1 min read
ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ପାଳିରେ ୧୦ ଓ୍ବିକେଟ ନେଇ ବିଶ୍ବର କ୍ରିକେଟପ୍ରେମୀଙ୍କ ନଜରକୁ ଆସିଥିଲେ ଭାରତୀୟ ଦଳର ପୂର୍ବତନ ଖେଳାଳି ଅନୀଲ କୁମ୍ବଲେ । ତେବେ ଆନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ପାଳିରେ ୧୦ ଓ୍ବିକେଟ ନେଇଥିବା ୩ ଜଣ ଖେଳାଳି ରହିଛନ୍ତି । ୧୯୫୬ ମସିହାରେ ଇଂଲଣ୍ଡର ଜିମ୍ ଲେକର ପ୍ରଥମେ ୧୦ ଓ୍ବିକେଟ ନେଇଥିଲେ । ଏହାପରେ ଅନିଲ କୁମ୍ବଲେ ୧୯୯୯ ମସିହାରେ ପାକିସ୍ତାନ ବିପକ୍ଷରେ ଏହି କୀର୍ତ୍ତିମାନ ଅର୍ଜନ କରିଥିଲେ । ପରେ ୨୦୨୧ ମସିହାରେ ନ୍ୟୁଜିଲାଣ୍ଡର ଏଜାଜ ପଟେଲ ୧୦ ଓ୍ବିକେଟ ଅକ୍ତିଆର କରିଥିଲେ । ଏବେ ଆଉ ଜଣେ ଭାରତୀୟ ଖେଳାଳି ଏହି ରେକର୍ଡ କରିଛନ୍ତି । ଯଦିଓ ଏହା ଆନ୍ତର୍ଜାତୀୟ କ୍ରିକେଟ ନୁହେଁ ତଥାପି ସେ ୧୦ ଓ୍ବିକେଟ ନେଇଛନ୍ତି । TNCA ପକ୍ଷରୁ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ ଡିଟି ଚନ୍ଦ୍ରଶେଖର ଏହି ରେକର୍ଡ ଅର୍ଜନ କରିଛନ୍ତି । ସେ ୧୦ ଓ୍ବିକେଟ ନେଇଥିବାବେଳେ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ମାତ୍ର ୩୭ ଦେଇ ୧୦ ଓ୍ବିକେଟ ଅକ୍ତିଆର କରିଛନ୍ତି । ଏବେ ତାଙ୍କ ନିକଟକୁ ଛୁଟିଛି ପ୍ରଶଂସାର ସୁଅ ।