spot_img

Latest Posts

ପୁଣି ଅସୁରକ୍ଷିତ ରାଜଧାନୀ , କୋଷ୍ଟଗାର୍ଡ ଡିଆଇଜି ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଭୁବନେଶ୍ବର: ପୁଣି ଅସୁରକ୍ଷିତ ରାଜଧାନୀ । କୋଷ୍ଟଗାର୍ଡ ଡ଼ିଆଇଜି ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ। ଏଭଳି ଘଟଣା ଘଟିଛି ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିୟମ ଛକ ନିକଟରେ। ଗତକାଲି ରାତି ପ୍ରାୟ ୯ ଟା ୧୫ ମିନିଟ ସମୟରେ ଡିଆଇଜି ତାଙ୍କ ପତ୍ନୀଙ୍କ ସହ କାରରେ ବେହେରା ସାହି ପଟକୁ ଯାଉଥିବା ବେଳେ ଏକ ସ୍କୁଟି ଯାହାର ନମ୍ବର OD 05 BA 4170 ତାଙ୍କର କାର ଆଗରେ ହଠାତ ଅଟକିଥିଲା। ଅତ୍ୟଧିକ ମଦ୍ୟପାନ କରିଥିବା ଦୁଇ ଯୁବକ କାରକୁ ଅଟକାଇବା ସହ ଡ଼ିଆଇଜି ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଓ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିଥିଲେ।

ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ନୟାପଲ୍ଲୀ ଥାନାରେ ଡ଼ିଆଇଜିଙ୍କ ଅଭିଯୋଗ ପରେ ପୋଲିସ ଛାନଭିନ ଆରମ୍ଭ କରିଛି। ସେପଟେ ପୋଲିସ କମିଶନର ଏହି ଖବର ପାଇ ବିଳମ୍ବିତ ରାତିରେ ଥାନାକୁ ଗସ୍ତ କରିବା ସହ ପୁରା ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି।

Latest Posts

Don't Miss