ହଟିବ ବିଦେଶୀ ଅସ୍ତ୍ର, ୨୧ ତୋପ ସଲାମୀରେ ଗର୍ଜିବ ସ୍ବଦେଶୀ ଫିଲ୍ଡ ବନ୍ଧୁକ

1 min read

ନୂଆଦିଲ୍ଲୀ : ସ୍ବତନ୍ତ୍ର ହେବ ଗଣତନ୍ତ୍ର ଦିବସ । ଏଥର ଗର୍ଜିବ ସ୍ବଦେଶୀ ତୋପ ।  ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ଦିଆଯିବ ୨୧ ସ୍ବଦେଶୀ ଫିଲ୍ଡ ବନ୍ଧୁକରେ ସଲାମୀ । ହଟିବ ୨୫ ବିଦେଶୀ ପାଉଣ୍ଡର ବନ୍ଧୁକ । ମେକ୍ ଇନ୍ ଇଣ୍ଡିଆକୁ ଆଗକୁ ବଢାଇବା ପାଇଁ ଆରମ୍ଭ ହୋଇଛି ଏହି ପ୍ରୟାସ ।

ପାରମ୍ପରିକ ଭାବରେ ଗଣତନ୍ତ୍ର ଦିବସରେ ୨୧ ତୋପ ସଲାମୀ ପାଇଁ ବ୍ରିଟିଶ ଯୁଗର ୨୫ ପାଉଣ୍ଡର ଆର୍ଟିଲିରି ବନ୍ଧୁକ ବ୍ୟବହାର କରାଯାଉଥିଲା  । କିନ୍ତୁ ଏଥର ଭାରତରେ ନିର୍ମିତ ୧୦୫ ମିଲିମିଟର ଇଣ୍ଡିଆନ ଫିଲ୍ଡ ବନ୍ଧୁକରେ ଦିଆଯିବ ସଲାମୀ ।

ଦିଲ୍ଲୀ AIR ମୁଖ୍ୟ ମେଜର ଜେନେରାଲ ଭବନିଶ କୁମାର କହିଛନ୍ତି ଯେ, ଆମେ ସ୍ବଦେଶୀ କରଣ ଦିଗରେ ଗତି କରୁଛୁ । ଏବେ ଆମର ସମସ୍ତ ଯନ୍ତ୍ରାପାତି ଏବଂ ହତିଆର ସ୍ବଦେଶୀ ହେବ । ସେଥିପାଇଁ ଚଳିତ ବର୍ଷ ୭୪ତମ ଗଣତନ୍ତ୍ର ଦିବସ ପରେଡରେ ଅଧିକାଂଶ ପ୍ରତିରକ୍ଷା ଉପକରଣ ସ୍ବଦେଶୀ ଭାବେ ପ୍ରଦର୍ଶନ କରାଯିବ । ସେଥିପାଇଁ ଆକାଶ ଅସ୍ତ୍ରଶସ୍ତ୍ର ସିଷ୍ଟମ, ରୁଦ୍ର ଏବଂ ଏଲଏଚ ଧ୍ରୁବ ଭଳି ହେଲିକପ୍ଟ ଆଦି ପ୍ରଦର୍ଶନରେ ସାମିଲ ରହିବ ।