IRCTC ଆପରେ ବଡ଼ ପରିବର୍ତ୍ତନ, ବ୍ଲକ୍ ହେଲା ୩.୫କୋଟି ଫେକ୍ ଆକାଉଣ୍ଟ

1 min read

ନନ୍ଦିଘୋଷ ବ୍ୟୁରୋ : ଟିକେଟ ବୁକିଂରେ ହେଉଥିବା ବଡ଼ ଧରଣର ଠକେଇକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ ନେଇଛି। ରେଳବାଇ IRCTC ଆପ୍ଲିକେସନରେ କିଛି ପରିବର୍ତ୍ତନ କରିଛି ଏବଂ ଅନେକ ବଡ଼ ପରିବର୍ତ୍ତନ କରାଯାଉଛି । ଯାହା ସାଧାରଣଲୋକଙ୍କ ଟିକେଟ ବୁକିଂ ସମୟରେ ହେଉଥିବା ସମସ୍ୟାରୁ ମୁକ୍ତି ପାଇବାରେ ସାହାୟକ ହେବ ବୋଲି ଆଶା କରାଯାଉଛି ।

ସାଧାରଣତଃ ରେଳ ଟିକେଟ୍ ବୁକିଂ ସହିତ ଜଡିତ ଅନଧିକୃତ ଏଜେଣ୍ଟମାନେ ନକିଲି ଇମେଲ ମାଧ୍ୟମରେ ଟିକେଟ ବୁକିଂରେ ବଡ଼ ଧରଣର ଠକେଇ କରନ୍ତି । ଏପରି ନହେବା ପାଇଁ ଭାରତୀୟ ରେଲଓ୍ୱେ କଠୋର ପଦକ୍ଷେପ ନେଇଛି । ଅଧିକାରୀ କହିଛନ୍ତି ଯେ,ଏବେ ଅନାଧିକୃତ ଟିକେଟ ବୁକିଂ ଏଜେଣ୍ଟ IRCTCରେ  ଆଉ ନକଲି ଆକାଉଣ୍ଟ ବ୍ୟବହାର କରିପାରିବେ ନାହିଁ, ଯାହାଦ୍ୱାରା ସମ୍ଭାବ୍ୟ ଯାତ୍ରୀଙ୍କୁ  ନିଶ୍ଚିତ ଟିକେଟ୍ ପାଇବାର ସମ୍ଭାବନା ବୃଦ୍ଧି ପାଇବ ।

ତେବେ ସୂଚନା ଅନୁଯାୟୀ, ରେଲଓ୍ୱେ ଟିକେଟ ବୁକିଂ ସିଷ୍ଟମରେ ନିରପେକ୍ଷତା ଆଣିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ନିଆଯାଇଛି । IRCTC ଏବେ ଅସ୍ଥାୟୀ ଇମେଲରେ  ସୃଷ୍ଟି ହୋଇଥିବା ୟୁଜର ଆଇଡି ଗୁଡିକ ଚିହ୍ନଟ ଏବଂ ନିଷ୍କ୍ରିୟ କରିବାକୁ ନିଷ୍ପତ୍ତି ନେଇଛି । ଜଣେ IRCTC ଅଧିକାରୀଙ୍କ ସୂଚନାନୁଯାୟୀ, ଗୋଟିଏ ବର୍ଷ ମଧ୍ୟରେ ୩.୫ କୋଟି ନକଲି ୟୁଜର ଆଇଡିକୁ ବ୍ଲକ୍ କରାଯାଇଛି, ଯାହା ବୁକିଂରେ ଭିଡ଼କୁ ଯଥେଷ୍ଟ ହ୍ରାସ କରିଛି ।