FIH Pro League: ସ୍ପେନକୁ ୨-୧ ଗୋଲରେ ହରାଇଲା ଭାରତୀୟ ମହିଳା ହକି ଟିମ

1 min read

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ପ୍ରଥମରୁ ଭାରତୀୟ ମହିଳା ଟିମ୍‌ର ଚମତ୍କାର ପ୍ରଦର୍ଶନ। ସ୍ପେନକୁ ୨-୧ ଗୋଲରେ ହରାଇଲା ଭାରତୀୟ ମହିଳା ହକି ଟିମ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏଫଆଇଏଚ୍ ପ୍ରୋ ଲିଗରେ ଚଳିତ ସିଜିନର ପ୍ରଥମ ମ୍ୟାଚକୁ ନିଜ ନାଁରେ କରିଛି ଟିମ ଇଣ୍ଡିଆ । ଆରମ୍ଭରୁ ଭାରତୀୟ ମହିଳା ଟିମ ଓ ସ୍ପେନ ମହିଳା ଟିମ ମଧ୍ୟରେ କଡା ଟକର ଦେଖିବାକୁ ମିଳିଥିଲା ।

ଭାରତ ପକ୍ଷରୁ ଜ୍ୟୋତି ଦ୍ବିତୀୟ କ୍ବାର୍ଟରରେ ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ଓ ନେହା ଶେଷ କ୍ବାଟରରେ ବିଜୟ ସୂଚକ ଗୋଲ ସ୍କୋର କରିଥିଲେ । ସ୍ପେନ ପକ୍ଷରୁ ଏମ ସେଗୁ ଏକମାତ୍ର ଗୋଲ ସ୍କୋର କରିଛନ୍ତି । ଭାରତୀୟ ମହିଳା ଟିମ ଘରୋଇ ପରିବେଶରେ ପ୍ରଥମ ଥର ପାଇଁ ଏଫଆଇଏଚ ପ୍ରୋ ଲିଗ ଖେଳୁଛି ।

ପୂର୍ବରୁ ଓମାନ୍‌ର ମସ୍କଟରେ ଖେଳାଯାଇଥିବା ଚୀନ୍‌ ବିପକ୍ଷ ଦୁଇଟି ମ୍ୟାଚ୍‌କୁ ଭାରତ ୭-୧ ଓ ୨-୧ରେ ଜିତି ନେବା ପରେ ଏହା ହେଉଛି ଭାରତୀୟ ମହିଳା ଦଳର ଲଗାତାର ତୃତୀୟ ବିଜୟ।

Leave a Reply