ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ବିମାନ, ଡିସେମ୍ବରରୁ ଗୋଆକୁ ଡାଇରେକ୍ଟ ଫ୍ଲାଇଟ୍

Indigo Start Direct Flight Service Between Bhubaneswar And Jeypore

ଭୁବନେଶ୍ୱର: ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ଆଜିଠାରୁ ଆରମ୍ଭ ହୋଇଛି ବିମାନ ସେବା । ଇଣ୍ଡିଗୋ ପକ୍ଷରୁ ନୂଆ ବିମାନ ସେବା ଆରମ୍ଭ ହୋଇଛି । ଭର୍ଚୁଆଲରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ସୁଜିତ କୁମାରଙ୍କ ସହ ମନ୍ତ୍ରୀ ଅଶୋକ ପଣ୍ଡା ସାମିଲ ହୋଇଥିଲେ । ଭୁବନେଶ୍ୱରରୁ ଜୟପୁର ମଧ୍ୟରେ ସପ୍ତାହକୁ ତିନିଦିନ ବିମାନ ଉଡ଼ାଣ କରିବ ।

Indigo Start Direct Flight Service Between Bhubaneswar And Jeypore

ଅନ୍ୟପଟେ ଡିସେମ୍ବର ୧ ତାରିଖରୁ ଭୁବନେଶ୍ୱରରୁ ଗୋଆ ସିଧା ସଳଖ ଉଡ଼ିବ ବିମାନ । ସପ୍ତାହକ ସାତ ଦିନ ଭୁବନେଶ୍ୱରରୁ ଗୋଆ ବିମାନ ସେବା ଯୋଗାଇବ ଇଣ୍ଡିଗୋ । ଏନେଇ ଭୁବନେଶ୍ୱର ବିମାନବନ୍ଦରର ନିର୍ଦ୍ଦେଶକ ଡ. ପ୍ରଭାତ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି । ପୂର୍ବରୁ ଭୁବନେଶ୍ୱରରୁ ସିଧାସଳଖ କୋଲକାତା, ବେଙ୍ଗଳୁରୁ, ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ. ଆହ୍ଲାବାଦ, ଅହମଦାବାଦ, ଚେନ୍ନାଇ, ଝାରସୁଗୁଡ଼ା, ବାରଣାସୀକୁ ବିମାନ ଉଡ଼ାଣ କରୁଛି ।

ଏଥିସହ ପଢ଼ନ୍ତୁ: ନଭେମ୍ବର ୨ରୁ ଜୟପୁରକୁ ବିମାନ ଉଡ଼ାଣ, ସପ୍ତାହକୁ ୩ ଦିନ ସେବା ଯୋଗାଇବ ଇଣ୍ଡିଗୋ

Leave a Reply