ନନ୍ଦିଘୋଷ ବ୍ୟୁରୋ : ଫ୍ଲାଏ ଆସରୁ ତିଆରି ହେବ ଜୈବିକ ଖତ । କଳକାରଖାନାରୁ ବାହାରୁଥିବା ପାଉଁଶର ହେବ ସଠିକ ବିନିଯୋଗ । ପୂର୍ବରୁ ଏଥିରେ କେବଳ ଇଟା ତିଆରି କରାଯାଉଥିବାବେଳେ ଏବେ ଜୈବିକ ଖତ ପ୍ରସ୍ତୁତ କରିବାକୁ ଯୋଜନା କରାଯାଇଛି । ଏନେଇ ସମ୍ବଲପୁର ବିଶ୍ବବିଦ୍ୟାଳୟ ନେତୃତ୍ବରେ ଏନେଇ ଗବେଷଣା ଆରମ୍ଭ କରିଛନ୍ତି ୩ ସଂସ୍ଥା । ଏହାଦ୍ବାରା ଚାଷରେ ଏହାକୁ ଉପଯୋଗ ସହ ପ୍ରଦୂଷଣରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି ।
ପାଉଁଶ ପ୍ରଦୂଷଣରୁ ମିଳିବ ମୁକ୍ତି । ଚାଷକାମରେ ବ୍ଯବହାର ହେବ କଳକାରଖାନାର ବର୍ଜ୍ୟ । ଫ୍ଲାଏ ଆସରୁ ତିଆରି ହେବ ଜୈବିକ ଖତ । ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଆରମ୍ଭ ହେଲା ଗବେଷଣା । ବିଭିନ୍ନ କଳକାରଖାନାରୁ ବାହାରୁଛି ଲକ୍ଷ ଲକ୍ଷ ଟନ ପାଉଁଶ । ଏହାଦ୍ବାରା ବାୟୁମଣ୍ଡଳ ପ୍ରଦୂଷିତ ହେବା ସହ ବିଭିନ୍ନ ସମୟରେ ପାଣି ଓ ଜମିରେ ମିଶି ସମସ୍ଯା ସୃଷ୍ଟି କରୁଛି । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ବିଶ୍ବ ବିଦ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଛି ଗବେଷଣା । ଏହି ବର୍ଜ୍ଯକୁ ଜୈବିକ ଖତ କରିବାକୁ ବିଶ୍ବବିଦ୍ୟାଳୟ ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ବିଭାଗ ପକ୍ଷରୁ ଗବେଷଣା କରାଯାଉଛି । ଏପରି ହେଲେ ପ୍ରଦୂଷଣ ନିୟନ୍ତ୍ରଣ ସହ ଏହା ଚାଷ କାମରେ ଉପଯୋଗୀ ହୋଇପାରିବ ବୋଲି ଆଶା କରାଯାଉଛି ।
ପୂର୍ବରୁ ଏହି ପାଉଁଶରେ କେବଳ ଇଟା ତିଆରି କରାଯାଉଥିଲା । ଏହା ପର୍ଯ୍ଯାପ୍ତ ନଥିବାରୁ ରାସ୍ତାକଡ଼ରେ ପ୍ରତିଦିନ ଗଦା ହେଉ ରହୁଛି । ଖରାଦିନେ ପବନରେ ଉଡ଼ି ପ୍ରଦୂଷିତ କରୁଛି । ତେଣୁ ସମ୍ବଲପୁର ବିଶ୍ଵବିଦ୍ୟାଳୟ ନେତୃତ୍ୱରେ ୪ ସଂସ୍ଥା ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ପ୍ରକଳ୍ପ ଉପରେ ଗବେଷଣା ଆରମ୍ଭ କରିଛନ୍ତି l କଳକାରଖାନା ବିଷାକ୍ତ ପାଉଁଶରେ ଥିବା ବିଷାକ୍ତ ଧାତବକୁ ଅଲଗା କରି ଖତ ତିଆରି କରାଯାଉଛି । ଖୁବଶୀଘ୍ର ଏହି ପ୍ରକଳ୍ପ କାମ ଶେଷ ହୋଇ ଚାଷ ଜମିରେ ବ୍ୟବହାର କରାଯିବ ବୋଲି କହିଛନ୍ତି ଗବେଷଣା ରତ ଟିମ୍ । ଗବେଷଣା ସଫଳ ହେଲେ ପ୍ରଦୂଷଣର ମୁକ୍ତି ମିଳିବା ସହ କାରଖାନାର ଏହି ବର୍ଜ୍ୟ ପରିଚାଳନାରୁ ମୁକ୍ତି ମିଳି ପାରିବ ।

