ବିଶ୍ବର ଶହେ ସର୍ବଶ୍ରେଷ୍ଠ କମ୍ପାନୀଙ୍କ ମଧ୍ୟରେ ସ୍ଥାନ ପାଇଛି ଇନଫୋସିସ୍

ଭୁବନେଶ୍ୱର : ବିଶ୍ବର ଶହେ ସର୍ବଶ୍ରେଷ୍ଠ କମ୍ପାନୀଙ୍କ ମଧ୍ୟରେ ସ୍ଥାନ ପାଇଛି ଇନଫୋସିସ୍ । ଟାଇମ୍ ମାଗାଜିନରେ ପ୍ରକାଶ ପାଇଛି ତାଲିକା । ଇନଫୋସିସ୍ ୬୪ତମ ସ୍ଥାନରେ ରହିଛି । ୭୫୦ଟି କମ୍ପାନୀଙ୍କୁ ନେଇ ଟାଇମ୍ ମାଗାଜିନ ତାଲିକା ପ୍ରସ୍ତୁତ କରିଥିବା ବେଳେ ବିଶ୍ବର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଉଥିବା ୧୦୦ଟି କମ୍ପାନୀଙ୍କୁ ଅଗ୍ରାଧିକାର ଦିଆଯାଇଛି  । ମାଇକ୍ରୋସଫ୍ଟ, ଆପଲ, ଆଲଫାବେଟ, ମେଟା ପ୍ଲାଟଫର୍ମ ଭଳି କମ୍ପାନୀ ତାଲିକାର ସବୁଠୁ ଆଗରେ ଅଛନ୍ତି  । କମ୍ପାନୀର ରାଜସ୍ବ,, କର୍ମଚାରୀଙ୍କ ମତାମତ, କମ୍ପାନୀର ବାତାବରଣକୁ ନେଇ ସର୍ଭେ କରାଯିବା ପରେ ତାଲିକା ପ୍ରସ୍ତୁତ ହୋଇଛି । ସର୍ଭେରେ ସାମିଲ ହୋଇଥିବା କମ୍ପାନୀର ଉତ୍ପାଦନ ଏବଂ ଟେକନୋଲୋଜି ଯୋଗୁଁ ସାରା ବିଶ୍ବର ଆର୍ଥିକ କାରବାରକୁ ପ୍ରଭାବିତ କରୁଛି ।