spot_img

Latest Posts

ଶକ୍ତିଶାଳୀ ହେବ ଭାରତୀୟ ନୌସେନା, ଆଜି ସାମିଲ ହେବ ଯୁଦ୍ଧଜାହାଜ ଆଇଏନଏସ ଇମ୍ଫାଲ

ନୂଆଦିଲ୍ଲୀ :  ଶକ୍ତିଶାଳୀ ହେବ ଭାରତୀୟ ନୌସେନା। ଭାରତୀୟ ନୌବାହିନୀରେ ସାମିଲ ହେବ ଯୁଦ୍ଧପୋତ ଆଇଏନଏସ ଇମ୍ଫାଲ। ଆସନ୍ତାକାଲି ମୁମ୍ବାଇର ନୌସେନା ଡକୟାର୍ଡରେ ଏହି ଯୁଦ୍ଧ ବିମାନକୁ ନୌସେନାରେ ସାମିଲ କରାଯିବ। ଦେଶର ନୂଆ ଷ୍ଟେଲଥ ଗାଇଡେଡ୍ ଡେଷ୍ଟ୍ରୟର ହେଉଛି ଆଇଏନଏସ ଇମ୍ଫାଲ। ମାଜଗାଓଁ ଡକ୍ ସିପ୍ ବିଲଡର୍ସ ଲିମିଟେଡ ପକ୍ଷରୁ ଏହି ଯୁଦ୍ଧ ଜାହାଜ ନିର୍ମାଣ କରିଛି। ଭାରତୀୟ ନୌସେନାର ଯୁଦ୍ଧଜାହାଜ ଡିଜାଇନ ବ୍ୟୁରୋ ପକ୍ଷରୁ ଏହି ଜାହାଜକୁ ସ୍ବଦେଶୀ କାରିଗରିରେ ନିର୍ମିତ କରାଯାଇଛି ।

ପ୍ରତିରକ୍ଷାମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଯୁଦ୍ଧ ବିମାନକୁ ସାମିଲ କରାଯିବ । ଆଇଏନଏସ ଇମ୍ଫାଲ ଦେଶର ପ୍ରଥମ ଯୁଦ୍ଧ ପୋତ ଯାହାର ନାମକରଣ ପୂର୍ବାଞ୍ଚଳର ଏକ ସହର ଅନୁସାରେ ନାମିତ କରାଯାଇଛି । ଗତ ଅକ୍ଟୋବର ୨୦ରେ ଏହାକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯାଇଥିଲା । ଯୁଦ୍ଧ ଜାହାଜରୁ ବିଭିନ୍ନ ମିସାଇଲର ପରୀକ୍ଷଣ ପରେ ଏହାକୁ ନୌସେନାରେ ସାମିଲ କରାଯାଇଛି। ୯୦ ଡିଗ୍ରୀରେ ବୁଲି ଆକ୍ରମଣ କରିବାର କ୍ଷମତା ରଖିଛି ଏହି ଜାହାଜ । ଯୁଦ୍ଧପୋତ ଆଇଏନଏସ ଇମ୍ଫାଲରୁ ବ୍ରହ୍ମୋସ, ଟର୍ପେଡୋ ଟ୍ୟୁବ ଲଞ୍ଚର, ବୁଡାଜାହାଜ ବିଧ୍ବଂସୀ ରକେଟ ଲଞ୍ଚର, ୭୬ ମିମି ଏସଆରଜିଏମ ତୋପ ଖଂଜାଯାଇଛି।

Latest Posts

Don't Miss