ଓଟିଭିର ଦାଦାଗିରି; ପୋଲିସକୁ ଦେଲା ଖୋଲା ଚାଲେଞ୍ଜ…

ଭୁବନେଶ୍ୱର: ଆମ ସାମ୍ବାଦିକଙ୍କୁ ଆକ୍ରମଣ କଲେ ଆମେ କାହାକୁ ଛାଡ଼ିବୁନି । ଓଡ଼ିଶା ପୋଲିସକୁ ଖୋଲାଖୋଲି ଏଭଳି ଚ୍ୟାଲେଞ୍ଜ ଦେଇଛନ୍ତି ଓଟିଭି କର୍ତ୍ତୃପକ୍ଷ । ଆଜି ଏକ ପ୍ରେସ ରିଲିଜ ଜରିଆରେ ଓଟିଭି ନେଟୱର୍କର ଅପରେଟିଂ ଅଫିସର ଲିତିଶା ମଙ୍ଗତ ଏଭଳି ବୟାନ ଦେଇଛନ୍ତି । ଜନ ପ୍ରତିନିଧିଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲାରେ ଗତକାଲି କେନ୍ଦୁଝର ପୋଲିସ୍ ତଦନ୍ତ ପାଇଁ ଓଟିଭି ଅଫିସରେ ପ୍ରବେଶ କରିବାକୁ ଚାହିଁଥିଲା ।ହେଲେ ଓଟିଭି କର୍ତ୍ତୃପକ୍ଷ ଏହାକୁ ବିରୋଧ କରିଥିଲେ । ଏପରିକି ଆଜି ପ୍ରେସ ବିବୃତ୍ତି ଜରିଆରେ ଏହାକୁ ସ୍ବୀକାର କରିଛନ୍ତି ଯେ କୌଣସି ପରିସ୍ଥିତିରେ ପୋଲିସକୁ ଅଫିସ ଭିତରକୁ ଖୋଳତାଡ଼ କରିବାକୁ ଛାଡ଼ିବୁ ନାହିଁ ।

ଗଲା ଦୁଇତିନି ମାସ ମଧ୍ୟରେ ଓଟିଭି ଚାରିଟି ସାଂଘାତିକ ମାମଲାରେ ଛନ୍ଦି ହୋଇଯାଇଛି । ପ୍ରଥମେ ଏକ ଭାଇରାଲ୍ ଅଡିଓକୁ ପ୍ରସାରଣ କରି କୋଭିଡ୍ ଯୋଦ୍ଧାଙ୍କ ମନୋବଳ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ।ଏହାପରେ ନାବାଳିକ ଗଣଦୁଷ୍କର୍ମ ମାମଲାରେ ଚ୍ୟାନେଲ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏହାପରେ ସାରୁଅ ଜମି ଦୁର୍ନୀତି ମାମଲା ସାମ୍ନାକୁ ଆସିଛି । ଆଉ ଏବେ ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲାରେ ପୁଣି ଚ୍ୟାନେଲର ଜଣେ ବରିଷ୍ଠ ସାମ୍ବାଦିକଙ୍କ ସଂପୃକ୍ତି ଅଭିଯୋଗରେ କେନ୍ଦୁଝର ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଏ ସମସ୍ତ ମାମଲା ସାଧାରଣ ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ହୋଇଛି ।

Leave a Reply