ନନ୍ଦିଘୋଷ ବ୍ୟୁରୋ : କନ୍ଧମାଳ ଜିଲ୍ଲାରେ ରାଜ୍ କରୁଛି ଶୀତ । ପ୍ରାୟ ଦୁଇ ମାସ ହେବ ଜିଲ୍ଲାରେ ଲାଗିରହିଛି ପ୍ରବଳ ଶୀତ । ହାଡ଼ଭଙ୍ଗା ଜାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ । ଏଥିସହିତ କଲବଲ କରୁଛି ଘନ କୁହୁଡ଼ି । ଘନ କୁହୁଡ଼ି ଯୋଗୁଁ ୨୦ ମିଟର ଆଗକୁ ଦେଖାଯାଉନି ରାସ୍ତାଘାଟ । ଫଳରେ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ପ୍ରବଳ ଜାଡ଼ ଯୋଗୁଁ ସକାଳୁ ଲୋକେ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଥିବା ବେଳେ ଓପନ୍ ଝିମ୍ ମଧ୍ୟ ଖାଁ ଖାଁ ଲାଗୁଛି । ପ୍ରବଳ ଜାଡ଼ ଯୋଗୁଁ ଲୋକେ ନିଆଁର ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି ।

