ଡିସେମ୍ବର ୮ରୁ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ମହୋତ୍ସବ

1 min read

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଜଗନ୍ନାଥଙ୍କର ଧର୍ମ, ଦର୍ଶନ, ଚେତନା ଓ ସଂସ୍କୃତିକୁ ଆଧାରକରି ଦେଶର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବ ବିଶ୍ୱସ୍ତରୀୟ ସମ୍ମିଳନୀ । ଆସନ୍ତା ଡିସେମ୍ବର ମାସରେ ଆୟୋଜିତ ହେବାକୁଥିବା ଏହି ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ମହୋତ୍ସବର ସଫଳତା ପାଇଁ ଏବେ ବ୍ୟପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିରେ ଦେଶ ବିଦେଶରୁ ପ୍ରାୟ ପଚାଶ ହଜାର ଜଗନ୍ନାଥ ଭକ୍ତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଡିସେମ୍ବର ୮ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୬ ଦିନଧରି ଚାଲିବାକୁ ଥିବା ଏହି ମହାସମାରୋହକୁ ପୁରୀର ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଉଦଘାଟନ କରିବେ | ଉଦଘାଟନୀ ଉତ୍ସଵକୁ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାବା ରାମଦେବ, ଶ୍ରୀ ଶ୍ରୀ ରବିଶଙ୍କର ଓ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି । ଏ ନେଇ ସ୍ଥାନୀୟ ପ୍ରେସକ୍ଲବ ଅଫ୍‌ ଇଣ୍ଡିଆଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆୟୋଜକ ।

ଦିଲ୍ଲୀର ଛତରପୁର ଠାରେ ଥିବା ମାର୍କଣ୍ଡେୟ ଭବନଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମହୋତ୍ସବକୁ ଗୁରୁଗ୍ରାମ ସ୍ଥିତ କଳିଙ୍ଗ ଭାରତୀ ଫାଉଣ୍ଡେସନ ଶାଖା ଅନୁଷ୍ଠାନ, ଶ୍ରୀଜଗନ୍ନାଥ ଚେତନା ସମନ୍ୱୟ ସମିତି, ଓଡ଼ିଶାର ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ, ଆମେରିକାର ଡ. ଦାଶ ଫାଉଣ୍ଡେସନ ମିଳିତଭାବେ ଆୟୋଜନ କରୁଛନ୍ତି । ସାମ୍ୱାଦିକ ସମ୍ମିଳନୀରେ ମୁଖ୍ୟ ଆୟୋଜକ କଳିଙ୍ଗ ଭାରତୀ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଅକ୍ଷୟ ସାମଲ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏହି ସମାରୋହରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ବିଶିଷ୍ଟ ସାମ୍ବାଦିକ କିଶୋର ଦ୍ୱିବେଦୀ ଏଥିରେ ଯୋଗଦେଇ ସ୍ୱାଗତ ଭାଷଣ ରଖିଥିଲେ । ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଗୋପୀନାଥ ମହାନ୍ତି, ମହୋତ୍ସବର ଆନ୍ତର୍ଜାତିକ ସଂଯୋଜକ ସଞ୍ଜୟ ଦାସ, ବରିଷ୍ଠ ପ୍ରଶାସକ ଏନ.ଏନ.ମିଶ୍ର , ପି.କେ.ମିଶ୍ର ଓ ସଂଜୀବ ପାଟଯୋଶୀ ପ୍ରମୁଖ ଉଦବୋଧନ ଦେଇଥିଲେ ।

ସମ୍ମିଳନୀ ଆୟୋଜନରେ ଦେଶ ବିଦେଶର ୫୦ଟି ଜଗନ୍ନାଥ ମନ୍ଦିର ଓ ଦୁଇ ଶହରୁ ଅଧିକ ସାମାଜିକ ସଂସ୍ଥା ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ୫୦ ହଜାର ଭକ୍ତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ')}

Leave a Reply