International Tiger Day: ଆପଣ ଘରେ ପାଳି ପାରିବେ କି ବାଘ ? ଜାଣନ୍ତୁ କ’ଣ କହୁଛି ଆଇନ

1 min read

ନୂଆଦିଲ୍ଲୀ: ଜୁଲାଇ ୨୯ ତାରିଖକୁ ପ୍ରତିବର୍ଷ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ରୂପେ ଖାସ ଉଦ୍ଦେଶ୍ୟରେ ପାଳନ କରାଯାଏ । ବିଶ୍ୱବ୍ୟାପୀ ବିପଦ ଆଡ଼କୁ ମାଡ଼ି ଯାଉଥିବା ଏହି ପ୍ରଜାତିର ସୁରକ୍ଷା ପାଇଁ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରିବାର ପ୍ରଥା ଆରମ୍ଭ ହୋଇଥିଲା । ଏହି ଦିନକୁ Global Tiger Day ଭାବରେ ମଧ୍ୟ ପାଳନ କରାଯାଏ ।

ତେବେ ଦେଖିବାକୁ ସୁନ୍ଦର ଏହି ପ୍ରଜାତି ପ୍ରକୃତରେ ଖୁବ ଭୟଙ୍କ ଅଟେ । ତଥାପି କିଛି ଲୋକ ବାଘକୁ ନିଜ ଘରେ ପାଳିବା ପାଇଁ ଚିନ୍ତା କରନ୍ତି । ତେବେ ସତରେ କଣ ଆପଣ କୁକୁର, ବିଲେଇ ପାଳିବା ଭଳି ବାଘକୁ ମଧ୍ୟ ଘରେ ପାଳିପାରିବେ ? ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ଆଜି ଆମେ ଆପଣଙ୍କୁ ଏବିଷୟରେ ସବିଶେଷ ସୂଚନା ଦେବୁ…

ପୂରଣ କରିବାକୁ ହେବ ଏହି ସବୁ ସର୍ତ୍ତ-

ଆଇନଗତ ଅନୁମତି ବିନା ଭାରତରେ କେହି ବାଘ ବା ସିଂହକୁ ପାଳିପାରିବେନି । Wild Life Protection Act ଅଧୀନରେ ଏହି ପଶୁ ମାନଙ୍କୁ ବ୍ୟକ୍ତିଗତ ରୂପେ ପାଳିବାର ଅନୁମତି ଦିଆଯାଇନାହିଁ । ଯଦି ଆପଣ ତଥାପି ବାଘ ବା ସିଂହ ପାଳିବାକୁ ଚାହୁଛନ୍ତି ତେବେ ରାଜ୍ୟ ମୁଖ୍ୟ ୱାଇଲ୍ଡ ଲାଇଭ ୱାର୍ଡେନଙ୍କ ପାଖରୁ ଏଥିପାଇଁ ଅନୁମତି ନେବାକୁ ପଡ଼ିବ । ଆପଣଙ୍କୁ ବାଘ/ ସିଂହର ପ୍ରତ୍ୟେକ ଆବଶ୍ୟକତା ପୂରଣ କରିବାକୁ ପଡିବ । ଏହା ବ୍ୟତୀତ ସୁରକ୍ଷାର ସମସ୍ତ ବ୍ୟବସ୍ଥା କରିବାକୁ ପଡ଼ିବ ।

ଯଦି କୈଣସି ଦୁର୍ଘଟଣା ହୁଏ ତେବେ ଆପଣ ଏଥିପାଇଁ ଦାୟି ହେବେ । ଭୂମିକମ୍ପରେ ଯଦି ଆପଣଙ୍କ ଘର କାନ୍ଥ ଭାଙ୍ଗିଯାଏ ଓ ବାଘ କାନ୍ଥ ଭାଙ୍ଗି ଚାଲିଯାଏ ଓ କୈଣସି ବ୍ୟକ୍ତିର ଜୀବନ ନିଏ ତେବେ ଏଥି ପାଇଁ ଆପଣ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ । Chief Wild Life Warden ଙ୍କୁ ସବିଶେଷ ତଥ୍ୟ ଦେବାକୁ ପଡ଼ିବ ଯେ, ଆପଣ କାହିଁକି ବାଘ ପାଳିବାକୁ ଚାହୁଁଛନ୍ତି । ଯଦି ଆପଣ ତଥ୍ୟ ଦେବାରେ ଅସମର୍ଥ ହୁଅନ୍ତି ତେବେ ଆପଣ ଘରେ ବାଘ ପାଳିପାରିବେ ।

କିଛି ଦେଶରେ ରହିଛି ଅନୁମତି-

୨୦୧୫ ମସିହାରେ ମଧ୍ୟ ପ୍ରଦେଶ ସରକାରର ପୂର୍ବତନ ପଶୁପାଳନ ମନ୍ତ୍ରୀ କୁସୁମ ମେହଡେଲ ଏକ ଅଜବ ପ୍ରସ୍ତାବ ଦେଇଥିଲେ । ସେ ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କୁ ଏକ ପ୍ରସ୍ତାବ ଦେଇଥିଲେ ଯେଉଁଥିରେ ବାଘଙ୍କୁ ସୁରକ୍ଷା ଦେବା ପାଇଁ ଏବଂ ତାଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଆଇନଗତ ଭାବେ ତାଙ୍କୁ ଘରେ ପାଳିବାର ଅନୁମତି ମାଗିଥିଲେ । ସେ ତାଙ୍କ ପ୍ରସ୍ତାବ ପଛରେ ଥାଇଲ୍ୟାଣ୍ଡ ଭଳି କିଛି ଦକ୍ଷିଣ-ପୂର୍ବ ଏସୀୟ ଦେଶ ଏବଂ କିଛି ଆଫ୍ରିକୀୟ ଦେଶ ବିଷୟରେ ଉଲ୍ଲେଖ କରିଛନ୍ତି। ଥାଇଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ଦେଶର ଲୋକମାନେ ବାଘ ଏବଂ ସିଂହଙ୍କୁ ନିଜ ଘରେ ରଖିପାରିବେ । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏମିତି କରିବା ଦ୍ୱାରା ସେହି ଦେଶଗୁଡ଼ିକରେ ପଶୁମାନଙ୍କର ଜନସଂଖ୍ୟା ବୃଦ୍ଧି ପାଇଛି ।

ଭାରତରେ ବର୍ତ୍ତମାନ କେତେ ବାଘ ଅଛନ୍ତି ?

ବର୍ତ୍ତମାନ ବିଶ୍ୱର ବାଘ ସଂଖ୍ୟାର ୭୦ ପ୍ରତିଶତ କେବଳ ଭାରତରେ ଅଛନ୍ତି । ବିଂଶ ଶତାବ୍ଦୀରେ ଦେଶରେ ବାଘ ସଂଖ୍ୟା ୨୦,୦୦୦ ରୁ ୪୦,୦୦୦ ମଧ୍ୟରେ ଥିଲା । କିନ୍ତୁ ରାଜା ଏବଂ ବ୍ରିଟିଶ ଅଧିକାରୀଙ୍କ ଶିକାର ସୌକ ଯୋଗୁଁ ଏହା ହ୍ରାସ ପାଇଲା । ବର୍ତ୍ତମାନ ଦେଶରେ କେବଳ ୨,୯୬୭ଟି ବାଘ ଜୀବିତ ଅଛନ୍ତି । ବାଘ ସଂଖ୍ୟାକୁ ବଞ୍ଚାଇବା ପାଇଁ ୧୯୭୩ ରେ ଜିମ କର୍ବେଟ ନ୍ୟାସନାଲ ପାର୍କରେ ପ୍ରୋଜେକ୍ଟ ଟାଇଗର ଆରମ୍ଭ କରାଯାଇଥିଲା । ଏହାଦ୍ୱାରା, ସେମାନଙ୍କ ସଂରକ୍ଷଣରେ ଅନେକ ସାହାଯ୍ୟ ଉପଲବ୍ଧ ଥିଲା । ଏହି ପ୍ରକଳ୍ପ ଆରମ୍ଭ ହେବା ସମୟରେ ଭାରତରେ କେବଳ ୯ ଟି ବ୍ୟାଘ୍ର ସଂରକ୍ଷଣ ସ୍ଥାନ ଥିଲା । ବର୍ତ୍ତମାନ ଏହି ସଂଖ୍ୟା ୪୭ କୁ ବୃଦ୍ଧି ପାଇଛି । ଏହି ୪୭ଟି ବ୍ୟାଘ୍ର ସଂରକ୍ଷଣ ଦେଶର ୧୮ଟି ଟାଇଗର ରେଞ୍ଜ ରାଜ୍ୟ ଉପରେ ବିସ୍ତାର ହୋଇଛି ।

Leave a Reply