ଓଡ଼ିଶାରେ ପ୍ରତିଷ୍ଠା ହେବ ଅନ୍ତର୍ଜାତୀୟମାନର ବିଶ୍ବବିଦ୍ୟାଳୟ NMIMS

1 min read

ଭୁବନେଶ୍ବର: ଓଡ଼ିଶାରେ ଶିକ୍ଷା ବିକାଶର ନୂତନ ଯୁଗ । ଓଡ଼ିଶାରେ ପ୍ରତିଷ୍ଠା ହେବ ଅନ୍ତର୍ଜାତୀୟମାନର ବିଶ୍ବବିଦ୍ୟାଳୟ NMIMS । ବିଶ୍ବବିଦ୍ୟାଳୟ ପାଇଁ ଆଜି ଭିତ୍ତିସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଖୋର୍ଦ୍ଧା ଇନଫୋ ଭ୍ୟାଲିଠାରେ NMIMS ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ ।

ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ଓ ଭିଲେ ପାର୍ଲେ କେଲାଭଣୀ ମଣ୍ଡଳ ଟ୍ରଷ୍ଟ ବା ଏସଭିକେଏମ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇସାରିଛି  । ଯାହାକି ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରକୁ ବିଶ୍ବସ୍ତରୀୟ କରିବାରେ ସହଯୋଗ ଯୋଗାଇବ  । ଏହି ଅନ୍ତର୍ଜାତିୟମାନର ଶିକ୍ଷା କ୍ୟାମ୍ପସ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୁମିକା ତୁଲାଇବ । ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ଜଟଣୀର ଗୌଡକାଶିପୁରଠାରେ ୪୦ ଏକର ଜମି ଲିଜ ସୂତ୍ରରେ ୩୦ ବର୍ଷ ପାଇଁ ବିନା ଦେୟରେ ପ୍ରଦାନ କରିଛନ୍ତି  । ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ ୩୦ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ ।  କ୍ୟାମ୍ପସରେ କେଜିଠାରୁ ସ୍ନାତକୋତ୍ତର  ପର୍ଯ୍ୟନ୍ତ ଶିକ୍ଷାଦାନ ହେବ ।

ରାଜ୍ୟ ସରକାରଙ୍କ ସହାୟତାରେ କ୍ୟାମ୍ପସର ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ସୁବିଧା ପର୍ଯ୍ୟାୟକ୍ରମେ କରାଯିବ । ପ୍ରାରମ୍ଭିକ ଭାବେ ପ୍ରଥମ ୫ ବର୍ଷ ପାଇ ୪୦ ଏକର ଜମିର ଦେୟ ଭାବେ ୩୦୦ କୋଟି ଟଙ୍କା ବିନିଯୋଗ କରାଯିବ  । ଏହି ଅର୍ଥ ରାଶି ଉଚ୍ଚଶିକ୍ଷା ବିଭାଗ ଇଡ୍କୋକୁ ପ୍ରଦାନ କରିବ । ଭିତ୍ତିଭୂମି ବିକାଶ, ମରାମତି, ନବୀକରଣ, ଲ୍ୟାଣ୍ଡସ୍କେପ୍, ଯନ୍ତ୍ରପାତି, ମାନବ ସମ୍ବଳ ଖର୍ଚ୍ଚ ଏସଭିକେଏମ୍ ବହନ କରିବ  । ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶା ସରକାରଙ୍କୁ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜଣାଯାଇଛି  ।