IPL ୨୦୨୧: ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଦିଲ୍ଲୀ-ଚେନ୍ନାଇ ଲଢ଼େଇ

1 min read
IPL 2021 DC Vs CSK First Qualifier

ଆବୁଧାବି: ଆଇପିଏଲ୍-୨୦୨୧ର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ । ପଡ଼ିଆରେ ମୁହାଁମୁହିଁ ହେବେ ଗୁରୁ-ଶିଷ୍ୟ । ୨୦୦୮ରେ ଆଇପିଏଲର ପ୍ରଥମ ସଂସ୍କରଣରେ ଦିଲ୍ଲୀ ଡେୟାର ଡେଭିଲ୍ସ ନାଁରେ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ । ୨୦୧୯ରେ ଦଳ ତାର ନାଁ ଦିଲ୍ଲୀ କ୍ୟାପିଟାଲ୍ସକୁ ପରିବର୍ତ୍ତନ କରିଥିଲା । ନାଁ ସିନା ବଦଳିଗଲା ହେଲେ ଦଳର ଭାଗ୍ୟ ବଦଳିଲା ନାହିଁ ।

IPL 2021 DC Vs CSK First Qualifier

ଆଉ ଏଯାବତ୍ ଟିମ୍ ଆଇପିଏଲରେ ଗୋଟିଏ ବି ଟ୍ରଫି ଜିତି ପାରି ନାହିଁ । ତଥାପି ଦଳ ୨୦୨୦ରେ ୟୁଏଇରେ ଖେଳା ଯାଇଥିବା ଆଇପିଏଲରେ ଫାଇନାଲ ପହଞ୍ଚି ଥିଲେ ବି ଚାମ୍ପିଅନ୍ ହୋଇପାରି ନଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଷଷ୍ଠ ଥର ପାଇଁ ଆଇପିଏଲର ପ୍ଲେ ଅଫରେ ସ୍ଥାନ ପାଇଛି ।

ଆଇପିଏଲର ପ୍ରଥମ ସଂସ୍କରଣରେ ଦିଲ୍ଲୀ ତତ୍କାଳୀନ ଅଧିନାୟକ ବୀରେନ୍ଦ୍ର ସେହୱାଗଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରି ପ୍ଲେ ଅଫରେ ପହଞ୍ଚିଥିଲା । ରାଜସ୍ଥାନ ସହ ରୋମାଞ୍ଚକ ମୁକାବିଲାରେ ହାର୍ ମାନିଥିଲା ଦିଲ୍ଲୀ । ୨୦୦୯ରେ ଦିଲ୍ଲୀ ପ୍ଲେ ଅଫ୍ ପହଞ୍ଚିଥିଲେ ବି ନିରାଶ କରିଥିଲା । ୨୦୧୦ ଓ ୨୦୧୧ରେ ଦଳର ପ୍ରଦର୍ଶନ ବହୁତ ଖରାପ ଥିଲା । ୨୦୧୧ରେ ଦଳ ଆଇପିଏଲ୍ ଟେବୁଲରେ ସବୁଠୁ ତଳେ ଥିଲା ।

Leave a Reply