ମୁମ୍ବାଇ ଇଣ୍ଡିୟାନ୍ସ ପାଇଁ କୋଟି କୋଟି କ୍ଷତି ସହିଲେ ନୀତା ଅମ୍ବାନୀ, ଜାଣନ୍ତୁ କାରଣ ..
1 min read
ନନ୍ଦିଘୋଷ ବ୍ୟୁରୋ: IPL କେବଳ ଏକ ଟୁର୍ଣ୍ଣାମେଣ୍ଟ ନୁହେଁ ବରଂ ଏହା ଏକ ବଡ଼ ବ୍ୟବସାୟ ପାଲଟିଛି। ପ୍ରତିବର୍ଷ କ୍ରିକେଟରମାନେ ସେମାନଙ୍କ ଦଳର ମାଲିକମାନଙ୍କ ସହିତ ଏହି ଟୁର୍ଣ୍ଣାମେଣ୍ଟରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ଗୋଟିଏ ମ୍ୟାଚ୍ ଜିତିବା ପରେ ଦଳକୁ କୋଟି କୋଟି ଟଙ୍କା ଲାଭ ମିଳିଥାଏ। ଲାଭ ବିଷୟରେ ସମସ୍ତଙ୍କର ଧାରଣା ଅଛି କିନ୍ତୁ ମ୍ୟାଚ ହାରିଗଲେ ମାଲିକ ମାନଙ୍କର କେତେ କ୍ଷତି ହେଉଛି ଆପଣ ଜାଣିଛନ୍ତି କି ? ପଞ୍ଜାବ କିଙ୍ଗ୍ସଠାରୁ ହାରିବା ପରେ ନୀତା ଅମ୍ବାନୀଙ୍କ ଦଳ ମୁମ୍ବାଇ ଇଣ୍ଡିଆନ୍ସ IPL 2025 ରୁ ବାଦ ପଡ଼ିଛି । ତେବେ ଆପଣ ଜାଣିଛନ୍ତି କି ମ୍ୟାଚ ହାରିବା ପରେ ନୀତା ଅମ୍ବାନୀ କେତେ କ୍ଷତି ସହିଛନ୍ତି ? ଜୁନ୍ ୧ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଏକ କଡ଼ା ପ୍ରତିଯୋଗିତା ଟକ୍କର ହୋଇଥିଲା ଯେଉଁଥିଲେ ମୂମ୍ବାଇ ଇଣ୍ଡିୟାନ୍ସକୁ ପରାଜୟ ସ୍ବୀକାର କରିବାକୁ ପଡିଥିଲା । ତେବେ ସେହି ମ୍ୟାଚ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଫାଇନାଲ ମୁକାବିଲା ହେବାକୁ ଯାଉଛି ।
କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି ନୀତା ଅମ୍ବାନୀ
ଫ୍ରାଞ୍ଚାଇଜ୍ କିଣିବା ଠାରୁ ଆରମ୍ଭ କରି ଭଲ ଖେଳାଳି କିଣିବା ପର୍ଯ୍ୟନ୍ତ ଏନେଇ ନୀତା ଅମ୍ବାନୀ ଦଳ ଗଠନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି । ଦଳର ମାଲିକମାନେ ଭଲ ଖେଳାଳିଙ୍କୁ କିଣନ୍ତି ଯାହା ଦ୍ୱାରା ସେମାନେ ଅଧିକ ମ୍ୟାଚ୍ ଜିତିପାରିବେ ଏବଂ ବିପୁଳ ଲାଭ ପାଇପାରିବେ।
ନୀତା ଅମ୍ବାନୀ କେତେ କ୍ଷତି ସହିଲେ ?
ମୁମ୍ବାଇ ଇଣ୍ଡିଆନ୍ସ IPL ଫାଇନାଲରେ ପହଞ୍ଚି ନପାରିବା ଯୋଗୁଁ ନୀତା ଅମ୍ବାନୀଙ୍କୁ ବହୁତ କ୍ଷତି ସହିବାକୁ ପଡିଛି । IPL ଫାଇନାଲର ଟିକେଟର ମୂଲ୍ୟ ଅନ୍ୟ ମ୍ୟାଚ୍ ତୁଳନାରେ ଅନେକ ଗୁଣ ଅଧିକ। ଏହା ବ୍ୟତୀତ ଫାଇନାଲ ମ୍ୟାଚ୍ ପାଇଁ ପ୍ରାୟୋଜକଙ୍କ ପରିମାଣ ମଧ୍ୟ ବହୁତ ବୃଦ୍ଧି ପାଏ ଏବଂ ଦର୍ଶକଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ। ଏହା ଯୋଗୁଁ ତାଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। IPL ବିଜେତା ଦଳ ଏବଂ ରନର୍ସଅପ୍ ଏକ ବିପୁଳ ପରିମାଣ ପାଆନ୍ତି। ଯାହା ମାଲିକ ଏବଂ ଦଳ ମଧ୍ୟରେ ବଣ୍ଟାଯାଏ। କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ପରାଜୟ ହେବା ଯୋଗୁଁ ନୀତା ଅମ୍ବାନୀଙ୍କୁ ବହୁତ ବଡ଼ କ୍ଷତି ସହିବାକୁ ପଡିଛି ।