ଭାରତ-ପାକିସ୍ତାନ ଅସ୍ତ୍ରବିରତି: ପୁଣି ଆରମ୍ଭ ହେବ IPL !
1 min read
ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ସ୍ଥିତିକୁ ନେଇ ବଡ଼ ଖବର । ଅସ୍ତ୍ରବିରତି ପାଇଁ ସମହମତି ପ୍ରକାଶ କରିଛନ୍ତି ଦୁଇ ଦେଶ । ଏହାସହ ଆଜି ଅପରାହ୍ନ ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଛି । ଫଳରେ ଦେଖା ଦେଇଥିବା ଯୁଦ୍ଧ ଆଶଙ୍କା ଥମି ଯାଇଛି । ଏମିତି ସ୍ଥିତିରେ ଅଧାରୁ ବନ୍ଦ ହୋଇଥିବା IPL ମ୍ୟାଚ୍ ପୁଣି ଥରେ ଆରମ୍ଭ ହେବାର ଆଶା ସଞ୍ଚାର ହୋଇଛି । ଶୀଘ୍ର ଏନେଇ ବିସିସିଆଇ ପକ୍ଷରୁ ଏନେଇ ଘୋଷଣା କରାଯାଇପାରେ ।
ସୂଚନାଯୋଗ୍ୟ, ଗତକାଲି IPLକୁ ସ୍ଥଗିତ ରଖାଯାଇଥିଲା । ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ଚ୍ୟାଚ୍ ଚାଲିଥିବା ବେଳେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ ଉଦ୍ୟମ ପରେ ମ୍ୟାଚ୍ ବନ୍ଦ କରି ଦିଆଯାଇଥିଲା । ଏହାସହ ଗୋଟିଏ ସପ୍ତାହ ପାଇଁ IPLକୁ ସ୍ଥଗିତ ରଖାଯିବା ନେଇ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ମ୍ୟାଚ୍ ପୁଣି ଆରମ୍ଭ ହେବ କି ନାହଁ ସେ ନେଇ କିଛି ନିଷ୍ପତ୍ତି ହୋଇନଥିଲା । ଏବେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଥିବାରୁ ଶୀଘ୍ର IPL ଆରମ୍ଭ ହେବା ନେଇ ବିସିସିଆଇ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇପାରେ ।