IPL ଫାଇନାଲ ୨୦୨୫ : କୋହଲିଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା, ଶେଷ ହେବ କି ତାଙ୍କ ୧୮ ବର୍ଷର ଅପେକ୍ଷା ?
1 min read
ନନ୍ଦିଘୋଷ ବ୍ୟୁରୋ : ୧୮ ବର୍ଷ ଏକ ପିଢିର ଯାତ୍ରା । ଏତେ ସ୍ୱପ୍ନ,ଆଶା ଏବଂ ବିଶ୍ୱାସ । ଏବେ ଏହି ଆଶା ଏବଂ ବିଶ୍ୱାସ ୨ଟି ଆଇପିଏଲ୍ ଦଳ ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ଜଡିତ । ଉଭୟ ଦଳ ଅନେକଥର ଟାଇଟଲ ଜିତିବାକୁ ଚେଷ୍ଟା କରିଥିଲେ, ଅନେକ ଥର ବିଜୟ ଦ୍ୱାର ନିକଟକୁ ଆସିଥିଲେ କିନ୍ତୁ ପ୍ରତ୍ୟେକ ଥର ଏପରି କିଛି ଘଟିଥିଲା ଯେ ଉଭୟ ଦଳକୁ ନିରାଶାର ସମ୍ମୁଖୀନ ହେବାକୁ ପଡିଥିଲା । ଏବେ ପୁଣିଥରେ ଇତିହାସ ପୁନରାବୃତ୍ତି ହେବାକୁ ଯାଉଛି । ଆଜି ମଙ୍ଗଳବାର RCB କିମ୍ୱା PBSK ଜିତିଲେ ତେବେ ଏହି ଉଭୟ ଦରଳ ପାଇଁ ପ୍ରଥମ IPL ଟାଇଟଲ ହେବ ।
ଏଥର RCBର ଅଧିନାୟକତ୍ୱ କରୁଛନ୍ତି ରଜତ ପାଟିଦାର , ଅନ୍ୟପଟେ ଶ୍ରେୟସ ଆୟର ପଞ୍ଜାବର ନେତୃତ୍ୱ ନେଉଛନ୍ତି । କିନ୍ତୁ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ବିରାଟ କୋହଲିଙ୍କ ପାଇଁ ଟାଇଟଲ ହାତେଇବା ପାଇଁ ପ୍ରକୃତ ପରୀକ୍ଷା ହେବ । ଯଦିଓ ଦଳର ଅଧିନାୟକଙ୍କ ଉପରେ ମ୍ୟାଚ ନିର୍ଭର କରେ , କିନ୍ତୁ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ । ଯିଏ ଏତେ ବର୍ଷ ଧରି ଏକାକୀ ଦଳର ବ୍ୟାଟିଂର ମେରୁଦଣ୍ଡ ଥିଲେ, ଯିଏ ପ୍ରତ୍ୟେକ ଥର ଟ୍ରଫି ପାଇଁ ଲଢେଇରେ ନିଜକୁ ନିୟୋଜିତ କରିଥିଲେ , ହେଲେ ଭାଗ୍ୟ ତାଙ୍କ ସପକ୍ଷରେ ନଥିଲା ।
ତେବେ ବିରାଟଙ୍କ ପାଇଁ ଏହି ମ୍ୟାଚ୍ କେବଳ ଏକ ଫାଇନାଲ୍ ନୁହେଁ, ବରଂ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଅଗ୍ନିପରୀକ୍ଷା । ୨୦୦୮ରେ ୧୯ ବର୍ଷରୁ କମ୍ ଦଳରେ ତାଙ୍କ ଅଧିନାୟକରେ ମ୍ୟାଚ୍ ଜିତିଥିଲା । ଏହା ପରେ ୨୦୧୧ ବିଶ୍ୱ କପ୍ ବିଜୟୀ ଦଳରେ ସେ ସଦସ୍ୟ ଥିଲେ । ୨୦୧୩ରେ ସେ ଚାମ୍ପିୟନ୍ସ ଟ୍ରଫି ଟାଇଟଳ୍ ମଧ୍ୟ ଜିତିଥିଲେ ଏବଂ ଏହା ସହିତ ସେ ୨୦୨୪ରେ ଟି-୨୦ ବିଶ୍ୱକପ୍ , ୨୦୫ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲେ ।
ଏସବୁ ମଧ୍ୟରେ RCB ଦଳ ୩ଥର IPL ଖେଳିଥିଲା କିନ୍ତୁ ଜିତିପାରିନଥିଲା । ଅର୍ଥାତ୍ ମୋଟାମୋଟି ଭାବେ IPL ରେ କୋହଲି ସଫଳତା ପାଇପାରିନାହାନ୍ତି । କିନ୍ତୁ ଆଜି ବଦଳି ପାରେ RCBର କାହାଣୀ । ଆଜି RCB ଟ୍ରଫି ଜିତିଲେ କୋହଲିଙ୍କ ୧୮ ବର୍ଷର ଅପେକ୍ଷାର ଅନ୍ତ ଘଟିବ । ତେବେ RCB ପ୍ରଶଂସକ ମାନେ ମଧ୍ୟ ବିରାଟଙ୍କୁ ନେଇ ଆଶାବାଦୀ ଅଛନ୍ତି । ଏହାସହ ସୋସିଆଲ ମିଡିଆରେ ମଧ୍ୟ ଟ୍ରେଣ୍ଡ ଚାଲିଛି, ଅନେକ ଲୋକ ଚାହୁଁଛନ୍ତି ଯେ କିଙ୍ଗ୍ କୋହଲି ଏଥର ଟ୍ରଫି ସହ ତାଙ୍କ ଅପେକ୍ଷାର ଅନ୍ତ କରନ୍ତୁ ।