spot_img

Latest Posts

ମିଡିଲ ଇଷ୍ଟର ୭ ଦେଶ ଉପରେ ଏକା ସଙ୍ଗରେ ଇରାନର ଆକ୍ରମଣ, ଆମେରିକା ବେସ୍ ଧ୍ବଂସ

ମିଡିଲ ଇଷ୍ଟର ୭ ଦେଶ ଉପରେ ଏକା ସଙ୍ଗରେ ଇରାନର ଆକ୍ରମଣ, ଆମେରିକା ବେସ୍ ଧ୍ବଂସ

ନନ୍ଦିଘୋଷ ବ୍ୟୁରୋ: ସମୟ ଗଡ଼ିବା ସହ ତୀବ୍ର ହେବାରେ ଲାଗିଛି ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ । ଗୋଟିଏ ପଟେ ଇସ୍ରାଏଲ ଓ ଆମେରିକା ଇରାନ ଉପରେ ମିଳିତ ଆକ୍ରମଣ ଜାରି ରଖିଥିବା ବେଳେ ଇରାନ ପାଲଟା ଆକ୍ରମଣ କରି ମୁହଁତୋଡ଼ ଜବାବ ଦେଉଛି । ଇସ୍ରାଏଲ-ଆମେରିକା ଇରାନ ରାଷ୍ଟ୍ରପତି ଭବନ ଓ ରାଷ୍ଟ୍ରପତିଙ୍କୁ ଟାର୍ଗେଟ କରିଥିବା ବେଳେ ଇରାନ ଇସ୍ରାଏଲ ଉପରେ ମିଜାଇଲର ବର୍ଷା କରି ଦେଇଛି । ସେତିକି ନୁହେଁ ମିଡିଲ ଇଷ୍ଟ ୭ଟି ଦେଶ ଉପରେ ଇରାନ ଆକ୍ରମଣ କରି ଏଠାରେ ଥିବା ଆମେରିକା ବେସରୁ ଅଧିକାଂଶକୁ ଧ୍ବାଂସ କରିଦେଇଛି ।

ଅପରେସନ ‘ଫତହ ଏ ଖୌବର’ ଜରିଆରେ ଇରାନ ମିଡିଲ ଇଷ୍ଟ ଇସ୍ରାଏଲ, ୟୁଏଇ, ସାଉଦି ଆରବ, କୁଏତ, ଜୋର୍ଡନ, କତର ଓ ବହରିନ ଉପରେ ଆକ୍ରମଣ କରିଛି । ଇସ୍ରାଏଲକୁ ଛାଡି ବାକି ସବୁ ଦେଶରେ ଥିବା ଆମେରିକା ବେସକୁ ଇରାନ ଟାର୍ଗେଟ କରିଛି । ପୂର୍ବରୁ ଇରାନ ଆମେରିକାକୁ ବିନାଶକାରୀ ଜବାବ ଦେବାକୁ ଚେତାବନୀ ଦେଇଥିଲା । ଏବେ ଇରାନର ପାଲଟା ଆକ୍ରମଣରେ ଆମେରିକାର ସବୁଠାରୁ ଅଧିକ କ୍ଷତି ହୋଇଛି । କାରଣ ଇରାନ ଆମେରିକାର ୬ଟି ବେସ ଉପରେ ଏକା ସାଙ୍ଗରେ ମିଜାଇଲ ମାଡ଼ କରି ଧ୍ବଂସ କରିଦେଇଛି ।

ବହରିନରୁ ଯେଉଁ ଦୃଶ୍ୟ ଆସୁଛି, ସେଥିରୁ ଜଣାପଡୁଛି ଆମେରିକାର ନେଭି ବେସକୁ ଇରାନ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଛି । ସେହିପରି କତର ବେସ୍ ଉପରେ ଆକ୍ରମଣ ପରେ ଆମେରିକା ନିଜ ନାଗରିକଙ୍କୁ ବଙ୍କରରେ ରହିବାକୁ କହିଛି ।

ଆମେରିକାର କେଉଁ ବେସକୁ ଟାର୍ଗେଟ କରିଛି ଇରାନ ?

୧. ଇରାନ ପ୍ରଥମ ଆକ୍ରମଣ ତେଲ-ଅବିବ ପର କରିଛି । ଇସ୍ରାଏଲ ରାଜଧାନୀ ଉପରେ ଇରାନ ମିଜାଇଲ ବର୍ଷା କରିଦେଇଛି । ଏହାପରେ ଇସ୍ରାଏଲ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ।

୨. ଏହାପରେ ଇରାନ ବହରିନ ସ୍ଥିତ ଆମେରିକା ବେସକୁ ଟାର୍ଗେଟ କରିଥିଲା । ଏଠାରେ ଆମେରିକାର ଏଫ-୧୨କୁ ମୁତୟନ କରିଛି । ଏହି ବେସକୁ ଟାର୍ଗେଟ କରି ଇରାନ ସମ୍ପୂର୍ଣ୍ଣ ଡ଼୍ବଂସ କରିଦେଇଛି ।

୩. ଅବୁଧବି ସ୍ଥିତ ଆମେରିକା ବେସକୁ ଇରାନ ଟାର୍ଗେଟ କରିଛି । ଅବୁଧବିରେ ଆକ୍ରମଣ ପରେ ଆମେରିକା ଆଲର୍ଟ ଜାରି କରିଛି । ୟୁଏଇ ସରକାରୀ ସମାଚାର ଏଜେନ୍ସି ଅନୁସାରେ, ଇରାନ ଆକ୍ରମଣରେ ଅତି କମରେ ଜଣଙ୍କ ମୃତ୍ୟୁ ଘଟିଛି ।

୪. କତର ରକ୍ଷାମନ୍ତ୍ରୀ କହିଛନ୍ତି, ଇରାନ ଦୋହରେ ଥିବା ଆମେରିକା ବେସକୁ ଟାର୍ଗେଟ କରିବା ସହ ମିଜାଇଲ ମାଡ କରିଛି ।

୫. ସେହିପରି ସାଉଦି ଆରବରେ ବି ଇରାନ ଆକ୍ରମଣ କରିଛି । ଏଠାରେ ଥିବା ଆମେରିକା ବେସକୁ ଇରାନ ଟାର୍ଗେଟ କରି ମିଜାଇଲ ଆଟାକ କରିଛି ।

୬. ଜୋର୍ଡାନରେ ଥିବା ଆମେରିକା ହେଡକ୍ବାର୍ଟର ଉପରେ ବି ଇରାନ ଆକ୍ରମଣ କରିଛି । ଜୋଡାନ ଇସ୍ରାଏଲର ପଡ଼ୋଶୀ ଦେଶ । ଜୋର୍ଡାନରେ ଆମେରିକା ଏଫ-୧୨ ମୁତୟନ କରିଛି ।

୭.ସେ ହିପରି କୁଏତରେ ଥିବା ଆମେରିକା ବେସ ଉପରେ ବି ଇରାନ ମିଜାଇଲ ପଡ଼ିଛି । ଏହା ଉପରେ ଆକ୍ରମଣ କରି ଇରାନ ଏହା ଦେଖାଇବାକୁ ଚାହିଁଛି କି ଯୁଦ୍ଧ ଯଦି ଆଗକୁ ଲମ୍ବା ହେଲା ତେବେ ପୂରା ମିଡିଲ ଇଷ୍ଟରେ ଧ୍ବଂସର ତାଣ୍ଡବ ରଚି ପାରିବ ।

Latest Posts

Don't Miss