ପୁଣି ପାକିସ୍ତାନରେ ହେଲା ସର୍ଜିକାଲ ଷ୍ଟ୍ରାଇକ୍…

1 min read
Surgical Strike

ନୂଆଦିଲ୍ଲୀ: ପୁଣି ଥରେ ପାକିସ୍ତାନରେ ହୋଇଛି ସର୍ଜିକାଲ ଷ୍ଟ୍ରାଇକ୍ । ଏହି ସର୍ଜିକାଲ ଷ୍ଟ୍ରାଇକ୍ କରିଛି ଇରାନ୍ । ଇସ୍‌ଲାମିକ୍ ରିଭୋଲ୍ୟୁଶନାରୀ ଗାର୍ଡ କ୍ରପ୍‌ସ (IRGC) ପାକିସ୍ତାନରେ ପଶି ନିଜ ସୈନ୍ୟମାନଙ୍କୁ ଉଦ୍ଧାର କରିଛନ୍ତି । ଗୁଇନ୍ଦା ତଥ୍ୟ ଆଧାରରେ ଇରାନର ୨ ସୈନ୍ୟଙ୍କୁ ଉଦ୍ଧାର କରାଯାଇଛି ବୋଲି ଇରାନ ଦାବି କରିଛି ।

ଦୁଇ ବର୍ଷ ତଳେ ପାକିସ୍ତାନର ଜୈଶ-ଉଲ୍-ଅଦଲ ସଂଗଠନ ଇରାନର ୨ ବର୍ଡର ଗାର୍ଡଙ୍କୁ ଅପହରଣ କରିନେଇଥିଲେ । ସେହି ଦୁଇଜଣଙ୍କୁ ଉଦ୍ଧାର କରିବାକୁ ମଙ୍ଗଳବାର ରାତିରେ ଇରାନ କରିଥିଲା ସର୍ଜିକାଲ ଷ୍ଟ୍ରାଇକ୍ । ୧୬ ଅକ୍ଟୋବର ୨୦୧୮ରେ ଦୁଇ ଦେଶର ସୀମା ବେଲୁଚିସ୍ତାନରୁ, ପାକିସ୍ତାନ ୧୨ ଇରାନୀ ସୈନ୍ୟଙ୍କୁ ଅପହରଣ କରିନେଇଥିଲା । ୧୫ ନଭେମ୍ବରରେ ପାକିସ୍ତାନ ୫ ଜଣଙ୍କୁ ଛାଡ଼ି ଦେଇଥିବା ବେଳେ ୨୧ ମାର୍ଚ୍ଚ ୨୦୧୯ ରେ ଆଉ ୪ ସୈନ୍ୟଙ୍କୁ ଛାଡ଼ିଥିଲା । ତେବେ ପାକିସ୍ତାନରେ ବନ୍ଦୀ ଥିବା ଅନ୍ୟ ୨ ସୈନ୍ୟଙ୍କୁ ଇରାନ୍‌ ଉଦ୍ଧାର କରିଛି । ନିଜ ସୈନ୍ୟଙ୍କୁ ଉଦ୍ଧାର କରିବା ପାଇଁ ଶେଷରେ ଇରାନ୍‌କୁ ସର୍ଜିକାଲ ଷ୍ଟ୍ରାଇକ୍‌ କରିଛି ।

ପୂର୍ବରୁ ଭାରତ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲା । ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମୁହଁତୋଡ଼ ଜବାବ ଦେବା ପାଇଁ ଭାରତ ପକ୍ଷରୁ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଥିଲା । ଏଥିରେ ପାକିସ୍ତାନରେ ଥିବା ବିଭିନ୍ନ ଆତଙ୍କୀ ଆଡ୍ଡା ଧ୍ୱଂସ କରାଯାଇଥିଲା ।

Leave a Reply