spot_img

Latest Posts

ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ?

ନନ୍ଦିଘୋଷ ବ୍ୟୁରୋ : ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଏବେ ସବୁଠି ଚର୍ଚ୍ଚା । ଅନ୍ତରାଷ୍ଟ୍ରୀୟ ସ୍ତରରେ ତାଙ୍କ ମୃତ୍ୟୁ ସବୁଠୁ ବଡ଼ ରହସ୍ୟରେ ପରିଣତ ହୋଇଯାଇଛି । ରାଇସିଙ୍କୁ ହତ୍ୟା କରାଯାଇଥିଲା କି ସେ ହେଲିକପ୍ଟର ଦୁର୍ଘଟଣା ଏକ ଷଡ଼ଯନ୍ତ୍ର ଥିଲା ତାହା ପ୍ରଶ୍ନ ଉଠିଛି । ହେଲିକପ୍ଟର ଦୁର୍ଘଟଣା ପରେ ଏପରି କିଛି ସୁରାଗ ମିଳିଛି ଯାହା ଷଡଯନ୍ତ୍ର ହେବା ନେଇ ସନ୍ଦେହ ସୃଷ୍ଟି କରୁଛି। ଅନେକ ଦେଶର ଗୁପ୍ତଚର ଏଜେନ୍ସି ଏହା ପଛରେ ଥାଇପାରନ୍ତି ବୋଲି କୁହାଯାଉଛି। ମୃତ୍ୟୁ ପଛରେ ଇସ୍ରାଏଲର ଷଡ଼ଯନ୍ତ୍ର ଥାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି ।

ଖରାପ ଜଳବାୟୁ ଯୋଗୁଁ ସଠିକ ସମୟରେ ଦୁର୍ଘଟଣାସ୍ଥଳରେ ପହଞ୍ଚି ପାରି ନଥିଲେ ଉଦ୍ଧାକାରୀ ଦଳ । ତେବେ ବର୍ଷା ଏବଂ କୁହୁଡ଼ି ଯୋଗୁଁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସୋସିଆଲ ମିଡିଆରେ କିଛି ୟୁଜର ଏହାକୁ ଇସ୍ରାଏଲ ତଥା ଅନ୍ୟ କୌଣସି ଦେଶର ଷଡ଼ଯନ୍ତ୍ର ବୋଲି କହିଛନ୍ତି । ନିକଯରେ ହମାସ ଏବଂ ଇସ୍ରାଏଲ ତିକ୍ତତା ମଧ୍ୟରେ ଇରାନ୍ ହମାସକୁ ସମର୍ଥନ କରିଥିଲା । ଏହାପରେ ଇରାନ ଏବଂ ଇସ୍ରାଏଲ ମଧ୍ୟ କିଛି ଦିନ ପୂର୍ବରୁ ପରସ୍ପରକୁ ଟାର୍ଗେଟ କରି ଆକ୍ରମଣ କରିଥିବା ଦାବି ହୋଇଥିଲା । ତେଣୁ ଇରାନ୍ ରାଷ୍ଟ୍ରପତି ରଇସିଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥାଇପାରେ ବୋଲି ଆଲୋଚନା ହେଉଛି । ରାଷ୍ଟ୍ରପତିଙ୍କ ନିକଟବର୍ତ୍ତୀ ୩ଟି ହେଲିକପ୍ଟର ରହିଥିଲା, କିନ୍ତୁ ୨ଟି ସୁରକ୍ଷିତ ଫେରିଥିବା ବେଳେ ଏହି ହେଲିକପ୍ଟର ହିଁ ଦୁର୍ଘଟଣାର ଶିକାର କିପରି ହେଲା ବୋଲି ପ୍ରଶ୍ନ କରିଛନ୍ତି ସୋସିଆଲ ମିଡିଆ ୟୁଜର ।

ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣାରେ ଇସ୍ରାଏଲର ହାତ ଥିବା ମଧ୍ୟ କୁହାଯାଇଛି । ଗାଜା ଉପରେ ଇସ୍ରାଏଲ ଆକ୍ରମଣ ମଧ୍ୟରେ କିଛି ଦିନ ତଳେ ଇରାନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଇରାନକୁ ଏହାର ଭୟଙ୍କର ପରିଣାମ ଭୋଗିବାକୁ ହେବ ବୋଲି କହିଥିଲା ଇସ୍ରାଏଲ । ତେଣୁ ସେହି ଘଟଣାର ପ୍ରତିଶୋଧ ପାଇଁ ଇସ୍ରାଏଲ ଇରାନର ରାଷ୍ଟ୍ରପତିଙ୍କ ହେଲିକପ୍ଟର ଉପରେ ଆକ୍ରମଣ କରିଥିବା ଆଶଙ୍କା କରାଯାଉଛି ।

Latest Posts

Don't Miss