ଅଶାନ୍ତ ଇରାନ, ଜଳୁଛି ତେହରାନ; ଗଲାଣି ୨୧୭ ଜୀବନ
ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ହିଂସ୍ର ହେବାରେ ଲାଗିଛି ଇରାନରେ ରାଜନୈତିକ ସଙ୍କଟ । ପୂରା ଦେଶରେ ପ୍ରଦର୍ଶନକାରୀ ଧାର୍ମିକ ନେତୃତ୍ବ ବିରୋଧରେ ଆନ୍ଦୋଳନ କରୁଛନ୍ତି । ଯାହା ଧିରେ ଧିରେ ହିଂସ୍ରା ହେବାରେ ଲାଗିଛି । ବିଶେଷ କରି ଗତ ଦୁଇ ସପ୍ତାହ ହେବ ଏହା ଅଧିକରୁ ଅଧିକ ଉଗ୍ର ହେବାରେ ଲାଗିଛି । ଶୁକ୍ରମାର ରାତିରେ ଦେଶ ଭିତରେ ଆନ୍ଦୋଳନକାରୀ ବୋବାଲ କରିଛନ୍ତି । ବିଶେଷ କରି ରାଜଧାନୀ ତେହରାନ ଏକ ପ୍ରକାର ପ୍ରଦର୍ଶନକାରୀଙ୍କ କବଜାକୁ ଚାଲି ଯାଇଛି । ଯେଉଁଠି ଦେଖିବେ ସେଠି ନିଆଁ ଜଳୁଥିବା ଦେଖିବାକୁ ମିଳୁଛି । ଆଉ ଏମିତି ସ୍ଥିତିରେ ବର୍ତ୍ତମାନ ସୁଦ୍ଧା ୨୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ସ୍ଥିତି ବିଗୁଡୁ ଥିବା ବେଳେ ପୂରା ଦେଶରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି ।
ଦରଦାମ ବୃଦ୍ଧି, ବିରୋଜଗାର ଓ ମୁଦ୍ରାରେ ହ୍ରାସକୁ ନେଇ ପ୍ରଦର୍ଶନ ହୋଇଥିଲା । ହେଲେ ଚାହିଁ ଚାହିଁ ଏହା କ୍ଷମତା ଓ ଧାର୍ମିକ ନେତୃତ୍ବ ବିରୋଧୀ ପ୍ରଦର୍ଶନରେ ପରିଣତ ହୋଇଯାଇଥିଲା । ଏବେ ଏହି ଆନ୍ଦୋଳନ କେବଳ ରାଜଧାନୀ ତେହରାନରେ ସୀମିତ ନାହିଁ । ଜଣେ ଡାକ୍ତର ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, କେବଳ ତେହରାନର ୬ଟି ହସ୍ପିଟାଲରେ ପ୍ରାୟ ୨୧୭ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଛି । ଯେଉଁମାନଙ୍କ ମଧ୍ୟରେ ଅଧିକାଂଶଙ୍କ ମୃତ୍ୟୁ ଗୁଳି ବାଜିବାରୁ ହୋଇଛି ।
ରାଜଧାନ ତେହରାନ ବ୍ୟତୀତ ମଶହଦ, କୋମ, ଇଫସିହାନ, ମଶିରିୟେହ, କଜଓ୍ବିନ, ବୁଶହର, ଓ୍ବଜଦ ସହରରେ ବି ହିଂସକ ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରଦର୍ଶନକାରୀ ଏକାଧିକ ସ୍ଥାନରେ ନିଆଁ ଲଗାଇ ରାସ୍ତା ଅବରୋଧ କରିଛନ୍ତି ।
୨୧୭ ମୃତ୍ୟୁ, ୨ ହଜାରରୁ ଅଧିକ ଆହତ
ପ୍ରାୟ ଦୁଇ ସପ୍ତାହରୁ ଅଧିକ ହେବ ଇରାନରେ ପ୍ରଦର୍ଶନ ଚାଲିଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୫ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇ ସାରିଛନ୍ତି । ଦେଶର ପ୍ରାୟ ୪୦୦ ସ୍ଥାନରେ ବିକ୍ଷୋଭ ଚାଲିଛି । ପ୍ରଦର୍ଶନ ବେଳେ ସୁରକ୍ଷା କର୍ମୀଙ୍କ ସହ ମୁହାଁମୁହିଁ ସ୍ଥିତିରେ କେବଳ ରାଜଧାନୀ ତେହରାନରେ ୨୧୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ୧୪ ଯବାନଙ୍କର ବି ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ୨୩୦୦ ଲୋକଙ୍କୁ ପୋଲିସ ଗିରଫ କରିଛି ।
ମସଜିଦ ଓ ସରକାରୀ କୋଠାରେ ଲଗାଇଲେ ନିଆଁ
ଇରାନର ୨୦ଟି ପ୍ରାନ୍ତରେ ବର୍ତ୍ତମାନ ବିଦ୍ରୋହ ଚାଲିଛି । ୧୧୦ରୁ ଅଧିକ ସହରରେ ବଡ଼ ଧରଣର ପ୍ରଦର୍ଶନ କରାଯାଉଛି । ଆନ୍ଦୋଳନକାରୀ ହସ୍ପିଟାଲରେ ବି ଭଙ୍ଗାରୁଜା କରିଥିବା ଘଟଣା ପଦାକୁ ଆସିଛି । ଗତଦିନରେ ପ୍ରଦର୍ଶନକାରୀ IRGC କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଏହାସହ ତେହରାନରେ ୨୬ଟି ବ୍ୟାଙ୍କକୁ ଲୁଟି ନେଇଛନ୍ତି ପ୍ରଦର୍ଶନକାରୀ । ସେତିକି ନୁହେଁ ୨୫ ମସଜିଦ ଓ ୧୦ ସରକାରୀ କୋଠାରେ ଆନ୍ଦୋଳନକାରୀ ନିଆଁ ଲଗାଇ ଦେଇଛନ୍ତି । ୪୨ଟି ଆପାର୍ଟମେଣ୍ଟକୁ କ୍ଷତି ପହଞ୍ଚି ଥିବା ବେଳେ ୪୮ ଅଗ୍ନିଶମ ଗାଡ଼ି ଓ ୪୨ ବସକୁ ଜଳାଇ ଦିଆଯାଇଛି ।
ତାହରାନ ମେୟର କହିଛନ୍ତି, ତେହରାନରେ ବଡ଼ ଧରଣର ଦଙ୍ଗା ଯୋଗୁଁ ସହରର ଭିତ୍ତିଭୂମିଙ୍କୁ ବ୍ୟାପକ କ୍ଷତି ଘଟିଛି । ସରକାରୀ ଟିଭିରେ ସେ କହିଛନ୍ତି, ଗୋଟିଏ ମେଡିକାଲକୁ ଆନ୍ଦୋଳନକାରୀ କ୍ଷତି ପହଞ୍ଚାଇଛନ୍ତି । ଦୁଇଟି ମେଡିକାଲ ସେଣ୍ଟର, 2୫ ମସଜିଦରେ ନିଆଁ ଲଗାଇ ଦିଆଯାଇଥିବା ବେଳେ ୨୬ ବ୍ୟାଙ୍କକୁ ଲୁଟି ନେଇଛନ୍ତି ପ୍ରଦର୍ଶନକାରୀ । ଏପରିକି ଚେକିଂ ପଏଣ୍ଟ ଓ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ ଫୋର୍ସ ମିଲିଶିୟା ବା ବିସିଜର ହେଡକ୍ବାର୍ଟର୍ସ ଉପରେ ବି ଆକ୍ରମଣ ହୋଇଛି ।

