spot_img

Latest Posts

ଆସନ୍ତାକାଲି ଆମେରିକା-ଇରାନ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି କଥାବାର୍ତ୍ତା

ନନ୍ଦିଘୋଷ ବ୍ୟୁରୋ : ଆସନ୍ତାକାଲି ସମ୍ଭବତଃ ଆମେରିକା ଓ ଇରାନ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି କଥାବାର୍ତ୍ତା ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ସେପଟେ ପୁଣି ଅଶାନ୍ତ ହର୍ମୁଜ । ହର୍ମୁଜ ପ୍ରଣାଳୀରେ ୩ଟି ଜାହାଜ ଉପରେ ହୋଇଛି ଗୁଳିମାଡ଼। ଗୁଳିମାଡର ଶିକାର ହୋଇଥିବା ଜାହାଜ ମଧ୍ୟରୁ ଗୋଟିଏ ଭାରତର । ଜାହାଜଟି ଦୁବାଇରୁ ଗୁଜରାଟର ମୁନ୍ଦ୍ରା ବନ୍ଦରକୁ ଆସୁଥିବା ସୂଚନା ମିଳିଛି । ଇରାନର ରିଭଲୁସନାର ଗାର୍ଡସ ଦ୍ବାରା ୩ଟି ଜାହାଜକୁ ଜବତ କରାଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଯୁଦ୍ଧବିରତି ଅବଧିକୁ ବଢାଇବାର କିଛି ସମୟ ପରେ ପରେ ଏହି ଘଟଣା ଘଟିଛି ।

ପାନାମାର ପତାକା ଲାଗିଥିବା ଏମଏସସି ଫ୍ରାନସେସ୍କା ଓ ଲାଇବେରିଆ ପତାକା ଲାଗିଥିବା ଏପାମିନୋଣ୍ଡାସକୁ ଆଇଆରଜିସି ନିଜ ଅଧିକାରକୁ ନେଇଛି । ତୃତୀୟ ଜାହାଜ ହେଉଛି ଗ୍ରୀକ ମାଲିକାନାଧୀନ ଇଉଫୋରିଆ । ଏପାମିନୋଣ୍ଡାସ ଜାହାଜ ଗୁଜରାଟ ଆସୁଥିଲା । ଏହି ଜାହାଜର ବିଧିବଦ୍ଧ ନଥିପତ୍ର ନଥିଲା ବୋଲି କୁହାଯାଇଛି। ଗୁଳିମାଡ଼ରେ ଗୋଟିଏ ଜାହାଜର କ୍ଷତି ଘଟିଥିବା ଜଣାଯାଇଛି। ଗତ ସପ୍ତାହରେ ୨ଟି ଭାରତୀୟ ଜାହାଜ ଜାଗ ଅର୍ଣ୍ଣବ ଓ ସନମାର ହେରାଲଡ ଉପରେ ହୋଇଥିଲା ଆକ୍ରମଣ।

ସେପଟେ ଯୁଦ୍ଧ ବିରତି ଅବଧି ବଢ଼ାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ସୋସିଆଲ ମିଡିଆରେ ଏ ସଂପର୍କରେ ସେ ସୂଚନା ଦେଇ ଲେଖିଛନ୍ତି, ଯୁଦ୍ଧ ବିରତି ଅବଧି ବୃଦ୍ଧି ପାଇଁ ପାକିସ୍ତାନ ଅନୁରୋଧ କରିଥିଲା। ସେଥିପାଇଁ ସେ ଏହି ପଦକ୍ଷେପ ନେଇଛନ୍ତି। କିନ୍ତୁ ହର୍ମୁଜ ଅବରୋଧ ଜାରି ରହିବ। ଇରାନର ସମସ୍ତ ବନ୍ଦରକୁ ଅବରୋଧ ଜାରି ରହିବ। ଆଲୋଚନାର ଏକ ଭଲ ପ୍ରସ୍ତାବ ଇରାନ ଆଣିବା ଯାଏ ଏହା ଜାରି ରହିବ ବୋଲି ସେ କହିଛନ୍ତି। କଥାବାର୍ତ୍ତା ପାଇଁ ଉପରାଷ୍ଟ୍ରପତି ଜେଡି ଭାନ୍ସ ଇସଲାମାବାଦ ଆସିବେନି ବୋଲି ମଧ୍ୟ କହିଛନ୍ତି ଟ୍ରମ୍ପ।

Latest Posts

Don't Miss