ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ପ୍ରତିଶୋଧ ନେବାକୁ ଯୋଜନା କରୁଛି ଇରାନ

ତେହରାନ: ୧୦୦ ଘଣ୍ଟା ମଧ୍ୟରେ ଆରବରେ ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ଅନେକ ଦେଶର ଗୁଇନ୍ଦା ରିପୋର୍ଟ କହୁଛି। ଏହାର କାରଣ ହେଉଛି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ଇରାନ ପ୍ରତିଶୋଧ ନେବାକୁ ଯୋଜନା କରୁଛି। ଶୋକ ଏବଂ ପ୍ରତିଶୋଧର ପ୍ରତୀକ କଳା ପତାକା ଇରାନର ମସଜିଦ ଉପରେ ରଖାଯାଇଛି। ଏହା ସହିତ ଇରାନର କାମଚଳା ରାଷ୍ଟ୍ରପତି ମୁଖବର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି।

ଏହି ଆଲୋଚନା ପରେ ରୁଷିଆରେ ପରମାଣୁ ଡ୍ରିଲ ଆରମ୍ଭ ହୋଇଛି  । ଇରାନ ଏକକାଳୀନ ଆରବରେ ଆମେରିକା କ୍ୟାମ୍ପର ୭ଟି ଦେଶକୁ ଟାର୍ଗେଟ କରିପାରେ। ଋଷ ଏବଂ ଇରାନ ମଧ୍ୟରେ ଏହି ମିଳିତ ଅପରେସନ ପାଇଁ ବିପଦ ବଢିବାରେ ଲାଗିଛି। ରାଷ୍ଟ୍ରପତି ଇବ୍ରାହିମ ରଇସି ଏବଂ ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାହାନଙ୍କ ମୃତ୍ୟୁ ପରେ ଇରାନରେ ଶୋକ ଖେଳି ଯାଇଛି।

ଇରାନ ସରକାରଙ୍କ କମାଣ୍ଡ ମହମ୍ମଦ ମୁଖବରଙ୍କୁ ହସ୍ତାନ୍ତର କରାଯାଇଛି। ଉପରାଷ୍ଟ୍ରପତି ଥିବା ମହମ୍ମଦ ମୁଖବରଙ୍କୁ କାମଚଳା ରାଷ୍ଟ୍ରପତି ଦାୟିତ୍ବ ମିଳିଛି । ସେହିପରି ଅଲି ବାଗେରିଙ୍କୁ କାମଚଳା  ବୈଦେଶିକ ମନ୍ତ୍ରୀ କରାଯାଇଛି। କାମଚଳା ରାଷ୍ଟ୍ରପତି ମହମ୍ମଦ ମୁଖବର ଦିନସାରା ସାମରିକ ଅଧିକାରୀ ଏବଂ ବିଭିନ୍ନ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ ଇରାନ ରଇସିଙ୍କ ବିମାନ ଦୁର୍ଘଟଣାର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି। ପ୍ରତିଶୋଧ ପାଇଁ ଇରାନର ପ୍ରସ୍ତୁତିର ପ୍ରମାଣ ହେଉଛି ଯେ ଇରାନ ମସଜିଦ ଗମ୍ବୁଜ ଉପରେ କଳା ପତାକା ଉତ୍ତୋଳନ କରାଯାଇଛି। ରଇସିଙ୍କ ମୃତଦେହ ଇମାମ ରେଜାଙ୍କ କବରସ୍ଥାନ ନିକଟରେ ପହଞ୍ଚିବ । ସେହି ଦିନ ସେଠାରେ କଳା ପତାକା ମଧ୍ୟ ଉତ୍ତୋଳନ କରାଯିବ  । ରଇସିଙ୍କ ଅନ୍ତିମ ସଂସ୍କାର ଦିନ ଇରାନର ପ୍ରତିଶୋଧ ଆରମ୍ଭ ହୋଇପାରିବ।

 

ଇରାନ ସରକାର ଏହି ଦୁର୍ଘଟଣା ନେଇ କୌଣସି ସରକାରୀ ବିବୃତ୍ତି ଦେଇନାହାଁନ୍ତି  । ବରଂ ଏହାକୁ ଏକ ଷଡଯନ୍ତ୍ର ବୋଲି ବିବେଚନା କରିଛନ୍ତି । ଇରାନର ଗୁଇନ୍ଦା ବିଭାଗ କହିଛି ଯେ ଇରାନ ଏଥିପାଇଁ ଇସ୍ରାଏଲକୁ ଦାୟୀ କରୁଛି ଏବଂ ଏହା ଇସ୍ରାଏଲ ବିରୋଧରେ କିଛି ବଡ ପଦକ୍ଷେପ ନେଇପାରେ। ଇସ୍ରାଏଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଟିନଙ୍କ ସମର୍ଥନ ପାଇଛି ଇରାନ। ଆରବରେ ନିଜର ଆଧିପତ୍ୟ ବୃଦ୍ଧି କରିବାକୁ ରଇସି ଦୁର୍ଘଟଣା ମାମଲାରେ ପୁଟିନ ହସ୍ତକ୍ଷେପ କରୁଥିବା ବିଶେଷ ସୁତ୍ରରୁ ଜଣାପଡିଛି।