spot_img

Latest Posts

ଭୟଙ୍କର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ ; ଇରାନ ଆଖିରେ ପ୍ରତିଶୋଧ ନିଆଁ

ନନ୍ଦିଘୋଷ ବ୍ୟୁରୋ: ଭୟଙ୍କର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଆୟାତୋଲ୍ଲା ଖୋମିନିଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ସଂକଳ୍ପ ନେଇଛି ଇରାନ । ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଅଫିସ୍ ସମେତ ଅନେକ ସରକାରୀ ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଇରାନ । ଇସ୍ରାଏଲର ବାୟୁସେନା କମାଣ୍ଡର୍ ମୁଖ୍ୟାଳୟକୁ ମଧ୍ୟ ଟାର୍ଗେଟ୍ କରାଯାଇଛି ବୋଲି ଇରାନ ଦାବି କରିଛି । ସେହିଭଳି ଇସ୍ରାଏଲରେ ଇରାନ ଆକ୍ରମଣରେ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଛି । ଇରାନ-ସମର୍ଥିତ ହେଜବୁଲ୍ଲା ଆଜି ଲେବାନନ୍ରୁ ଇସ୍ରାଏଲ ଉପରେ ରକେଟ୍ ଓ ଡ୍ରୋନ୍ ଆକ୍ରମଣ କରିଛି । ଇସ୍ରାଏଲ ମଧ୍ୟ ବେରୁଟ୍ ସମେତ ଦକ୍ଷିଣ ଲେବାନନ୍ରେ ଆକ୍ରମଣ କରିଛି । ଏଥିରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି।

ଖେମିନିଙ୍କ ମୃତ୍ୟୁ ପରେ ଇରାନ ରକ୍ତମୁଖା ହୋଇପଡ଼ିଛି । ଇରାନ ଷ୍ଟେଟ ଅଫ ହରମୋଜକୁ ବନ୍ଦ କରିଛି । ଯଦି କୌଣସି ଜାହାଜ ଏହି ଷ୍ଟ୍ରାଟେଜିକ ୱାଟର ୱେ ଦେଇ ଯାତାୟାତ କରିବାକୁ ପ୍ରୟାସ କରିବ ସେଥିରେ ନିଆଁ ଲଗାଇ ଦିଆଯିବ ବୋଲି ଚେତାବନୀ ଦେଇଛି । ୟୁଏସ ଆମ୍ବାସି ଉପରେ ଡ୍ରୋନରେ ହମଲା କରିଛି ଇରାନ୍ । ତେବେ ଦୂତାବାସକୁ ପୂର୍ବରୁ ଖାଲି କରାଯାଇଥିବାରୁ କୌଣସି କ୍ଷୟକ୍ଷତି ହୋଇ ନଥିବା କହିଛି ଆମେରିକା । ତେବେ ଏହି ଆକ୍ରମଣରେ ହୁତୁହୁତୁ ହୋଇ ଜଳିଯାଇଛି ରିଆଦ ଦୂତାବାସ । ଏହି ଘଟଣା ପରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ଇରାନ ଭିତରେ ଆମେରିକା ସୈନ୍ୟ ପଶି ମାରିବେ ବୋଲି ଚେତାବନୀ ଦେଇଛନ୍ତି । ଇରାନ ଆମ ଚେତାବନୀ ଶୁଣିଲାନି । ଇରାନକୁ ପରମାଣୁ ଅସ୍ତ୍ର କରିବାକୁ ଦିଆଯିବ ନାହିଁ । ଇରାନର ମିଶାଇଲ ଠିକଣାକୁ ଟାର୍ଗେଟ କରିଛି ଆମେରିକା । ଶନିବାରଠାରୁ ଇସ୍ରାଏଲ-ଆମେରିକାର ମିଳିତ ଆକ୍ରମଣରେ ଇରାନରେ ୫୫୫ ଜଣଙ୍କର ମୃତ୍ୟୁ ହେବା ସହ ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Latest Posts

Don't Miss