କ୍ୟାନସର ସହ ଲଢ଼ୁଥିବା ବେଳେ ପତ୍ନୀଙ୍କୁ କଣ କହିଥିଲେ ଇରଫାନ୍ ?

1 min read

ମୁମ୍ବାଇ: ଶେଷରେ ଆଖି ବୁଜିଛନ୍ତି ବଲିଉଡ୍ ଅଭିନେତା ଇରଫାନ୍ ଖାନ । ନ୍ୟୁରୋ ଇଣ୍ଡୋଫ୍ରାଇନ୍ ଟ୍ୟୁମରରେ ପୀଡ଼ିତ ଇରଫାନଙ୍କ ଜୀବନରେ ୨୦୧୮ ମସିହା ମୋଡ଼ ଆଣିଥିଲା । କ୍ୟାନସର୍ ସହ ଲଢ଼ୁଥିବା ଇରଫାନଙ୍କୁ ପ୍ରତି ମୁହୂର୍ତ୍ତରେ ସାଥ୍ ଦେଇ ଆସୁଥିଲେ ପତ୍ନୀ ସୂତାପା ସିକଦର ।

ଇରଫାନ୍, ପତ୍ନୀ ସୂତାପାଙ୍କୁ ବହୁତ ଭଲ ପାଉଥିଲେ । ଏପରିକି ନିଜ ଅଭିନୀତ ଶେଷ ଫିଲ୍ମ ଅଙ୍ଗ୍ରେଜୀ ମିଡିୟମ୍ ରିଲିଜ୍ ବେଳେ ପତ୍ନୀ ସୂତାପାଙ୍କୁ କେତେ ଭଲ ପାଆନ୍ତି ପ୍ରକାଶ କରିଥିଲେ । ସେ କହିଥିଲେ- ‘ଯଦି ମୋତେ ବଞ୍ଚିବାକୁ ସୁଯୋଗ ମିଳେ, ତେବେ ମୁଁ ସୂତାପାଙ୍କ ପାଇଁ ବଞ୍ଚିବାକୁ ଚାହିଁବି ।’

ଏକ ସାକ୍ଷାତକାରରେ ଇରଫାନ୍ କହିଥିଲେ, ବିଦେଶରେ ମୋର ଚିକିତ୍ସା ଚାଲିଥିବା ବେଳେ ସୂତାପା ଦେଖାଶୁଣା କରୁଥିଲେ । ଯଦି ମୋତେ ଜିଇଁବା ପାଇଁ ସୁଯୋଗ ମିଳେ, ମୁଁ ସୂତାପାଙ୍କ ପାଇଁ ଜିଇଁବି । ସୂତାପା ମୋର ବଞ୍ଚିବାର କାରଣ । ବିଦେଶରେ କ୍ୟାନସର୍ ଚିକିତ୍ସା ବେଳେ ଇରଫାନଙ୍କ ସହ ପ୍ରତିଟି ମୁହୂର୍ତ୍ତରେ ସୂତାପା ଉପସ୍ଥିତ ଥିଲେ ।

୧୯୯୫ ମସିହା ଫେବ୍ରୁଆରୀ ୨୩ରେ ସୂତାପାଙ୍କୁ ବିବାହ କରିଥିଲେ ଇରଫାନ୍ ଖାନ । ସୂତାପା, ଇରଫାନଙ୍କ ସହ ନ୍ୟାସନାଲ ସ୍କୁଲ୍ ଅଫ୍ ଡ୍ରାମାରେ ଥିଲେ । ଲେଖିକା ସୂତାପା ଏନ୍ଏସଡିରୁ ଗ୍ରାଜୁଏସନ୍ କରିଛନ୍ତି । ଇରଫାନ୍ ଓ ସୂତାପାଙ୍କ ୨ ପୁଅ ଅଛନ୍ତି । ଦୁହିଁଙ୍କ ନାମ ବାବିଲ ଓ ଅୟାନ୍ । ମୃତ୍ୟୁ ବେଳେ ସୂତାପା ଓ ୨ ପୁଅ ମେଡିକାଲରେ ଇରଫାନଙ୍କ ପାଖରେ ଥିଲେ ।

Leave a Reply