ଭାରତୀୟ ଦଳର ପୂର୍ବତନ କ୍ରିକେଟର ଇର୍ଫାନ ପଠାନ୍‌‌ଙ୍କୁ କରୋନା

ଭୁବନେଶ୍ୱର: ଦେଶରେ କରୋନା ଦ୍ବିତୀୟ ଲହରୀ ଜାରି ରହିଛି । ପ୍ରତିଦିନ ୬୦ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଉଛନ୍ତି । ଏହାରିଭିତରେ କ୍ରିକେଟରଙ୍କୁ ହେଉଛି କରୋନା । ସଚିନ , ୟୁସୁଫ୍ ଓ ବଦ୍ରିନାଥଙ୍କ ପରେ ଇରଫାନ ପଠାନ ହୋଇଛନ୍ତି କରୋନା ପଜିଟିଭ । ପୂର୍ବରୁ ବଡ଼ଭାଇ ୟୁସୁଫ୍ ପଠାନ୍ କରୋନା ଆକ୍ରାନ୍ତ ହୋଇଥିଲେ । ଏବେ ଟିମ୍ ଇଣ୍ଡିଆର ପୂର୍ବତନ ଅଲ୍‌ରାଉଣ୍ଡର ହୋଇଛନ୍ତି କରୋନା ଆକ୍ରାନ୍ତ । ଇରଫାନ ସୋସିଆଲ ମିଡିଆରେ ନିଜେ ଏହି ସୂଚନା ଦେଇଛନ୍ତି । କୌଣସି ଲକ୍ଷଣ ନଥିବା ସତ୍ବେ ସେ କରୋନା ପଜିଟିଭ ଆସିଥିବା ଟ୍ବିଟରେ ଉଲ୍ଲେଖ କରିଛନ୍ତି  । ହୋମ୍ ଆଇସୋଲେସନରେ ଅଛନ୍ତି ଇରଫାନ୍  । କିଛି ଦିନ ମଧ୍ୟରେ ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି । ଏହାସହ ମାସ୍କ ଓ ସୋସିଆଲ ଡିଷ୍ଟାନ୍ସ ନିୟମ ପାଳନ କରିବାକୁ ସେ ଟ୍ବିଟରେ ଲୋକଙ୍କୁ ସଚେତନ କରାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଜଙ୍ଗଲ ରାସ୍ତାରେ ଦି’ ଦିନ ଗାଡ଼ି ଚଲାଇଲେ ମୁଖ୍ୟମନ୍ତ୍ରୀ, ଭିଡ଼ିଓ ଭାଇରାଲ୍

Leave a Reply