ଗୁରୁତର ଅସୁସ୍ଥ ଥିବା ସତ୍ତ୍ଵେ ହ୍ୟୁମାନ ସାଗରଙ୍କୁ ପ୍ରୋଗ୍ରାମ କରିବାକୁ ବାଧ୍ୟ କରାଯାଉଥିଲା କି। ତାଙ୍କ ମୃତ୍ୟୁ ପରେ ଏହି ଅଭିଯୋଗ ଅନେକ ଥର ଆସିଛି। ତାଙ୍କ ମାଆ ଖୋଲାଖୋଲି ଏପରି ଅଭିଯୋଗ କରିଥିଲେ। ସେପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓଟି ୨୦୨୩ ଆଠଗଡ଼ ମହୋତ୍ସବର। ଗୀତ ଗାଇବାକୁ ହ୍ୟୁମାନ ସାଗରଙ୍କୁ ଡକାଯାଇଥିଲା। ସେ କିନ୍ତୁ ଷ୍ଟେଜ ଉପରେ ହିଁ କହିଲେ ଯେ, ସେ ସୁସ୍ଥ ନାହାନ୍ତି। ଫିଜିକାଲି ଫିଟ ନାହାନ୍ତି। ହାଇ ବ୍ଲଡ ପ୍ରେସର ହୋଇଗଲା, ହଠାତ ପଡ଼ିଗଲି। ଗୀତ ଗାଇ ପାରିବି ନାହିଁ କହି ସେ ଦର୍ଶକଙ୍କୁ କ୍ଷମା ମାଗିଥିଲେ। କେବଳ ପପୁ ଓ ଦିନେଶଙ୍କ ପାଇଁ ଆଠଗଡ଼ ଆସିଥିବା ଷ୍ଟେଜ ଉପରେ କହିଥିଲେ ହ୍ୟୁମାନ ସାଗର। ସେ କହିଥିଲେ, ଆପଣମାନେ ଡାକିବାରୁ ଆସିଛି। ଷ୍ଟେଜରେ ଠିଆ ହୋଇ ଗୀତ ଗାଇବା ଅବସ୍ଥାରେ ନ ଥିଲେ ହ୍ୟୁମାନ। ଉପସ୍ଥାପିକାଙ୍କ ଅନୁରୋଧ ସତ୍ତ୍ଵେ ସେ ଗୀତ ଗାଇ ପାରିବେ ନାହିଁ ବୋଲି କହିଥିଲେ। କେବଳ ଗୋଟିଏ ଗୀତର ମୁଖଡ଼ା ଗାଇଥିଲେ ହ୍ୟୁମାନ। ଏକଥା ଆଠଗଡ଼ ମହୋତ୍ସବର ଆୟୋଜକ ବି ସ୍ପଷ୍ଟ କରିଛନ୍ତି। ୨୦୨୩ରେ ଆଠଗଡ଼ ମହୋତ୍ସବରେ ବେଳେ ଦେହ ଖରାପ ହେବାରୁ କେମିତି ସେ ଗୀତ ଗାଇ ପାରିନଥିଲେ ତାହା ମନେ ପକାଇଛନ୍ତି ଆଠଗଡ଼ ମହୋତ୍ସବର ଆୟୋଜକ। ୨୦୨୨,୨୦୨୩ ଓ ୨୦୨୫ ରେ ଏମିତି ୩ ଥର ଆଠଗଡ଼ ମହୋତ୍ସବକୁ ଆସିଥିଲେ ହ୍ୟୁମାନ ସାଗର। ୨୦୨୩ରେ ଗୋଟିଏ ଗୀତ ଗାଇବା ପରେ ସେ ଆଉ ଗୀତ ଗାଇପାରିନଥିଲେ। ଦେହ ଏତେ ଅସୁସ୍ଥ ଥିଲା ଯେ କମିଟି ପକ୍ଷରୁ ଡାକ୍ତର ଡକାଇ ତାଙ୍କର ଚିିିକିତ୍ସା କରାଯାଇଥିଲା। ସେତେବେଳର କଥାକୁ ନେଇ ମହୋତ୍ସବର ସଂଯୋଜକ କଣ କହୁଛନ୍ତି, ଆସନ୍ତୁ ଶୁଣିବା।

