ଖୁବଶୀଘ୍ର ବିବାହ କରିବେ ଭିକ୍କି କୌଶଲ ଏବଂ କ୍ୟାଟ୍ରିନା!

ମୁମ୍ବାଇ: କରୋନା ମହାମାରୀରେ ବଲିଉଡରୁ ଆସିଛି ଏକ ହଟକେ ଖବର । ସମ୍ପର୍କକୁ ଏକ ନୂଆ ନାଁ ଦେବାକୁ ଯାଉଛନ୍ତି ବଲିଉଡର ପ୍ରସିଦ୍ଧ ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଏବଂ ଉରି ଫେମ୍‌ଭିକ୍କି କୌଶଲ । ଦୀର୍ଘ ଦିନ ଧରି ଏହି ଦୁଇ ଆକ୍ଟର ଖୁବ୍‌ଚର୍ଚ୍ଚାରେ ରହି ଆସୁଛନ୍ତି । ଯଦିଓ ଦୁଇଜଣଙ୍କୁ ନେଇ ଖୁବ୍‌ଚର୍ଚ୍ଚା ହେଉଛି ତଥାପି କେବେ ମଧ୍ୟ ଉଭୟ ସମ୍ପର୍କକୁ ନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରିନାହାଁନ୍ତି ।

ମାୟାନଗରୀ ବଲିଉଡରେ ଦୁଇଜଣଙ୍କୁ ନେଇ ଖୁବ୍‌ଆଲୋଚନା ଜାରି ରହିଛି । ଦୁଇଜଣ ଖୁବଶୀଘ୍ର ବିବାହ କରିବାକୁ ଯାଉଥିବା କୁହାଯାଉଛି ।
ଗଣମାଧ୍ୟମର ରିପୋର୍ଟ କହୁଛି, ଭିକ୍କି ଏବଂ କ୍ୟାଟ୍ରିନା ପରସ୍ପର ସହ ଜୀବନ ବିତାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଉଭୟ ସୋସିଅଲ ମିଡିଆରେ ଏହାର ସୂଚନା ଦେଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । କିନ୍ତୁ ଭାବିଚିନ୍ତି ଘୋଷଣା କରିବାକୁ ଭିକ୍କିଙ୍କ ବାପା ତାଙ୍କୁ କହିଛନ୍ତି ।
ଦୀର୍ଘଦିନ ଧରି ଉଭୟଙ୍କୁ ଅନେକ ସ୍ଥାନରେ ଦେଖିବାକୁ ମିଳିଛି । ଉଭୟଙ୍କୁ ପରସ୍ପରର ପରିବାର ସହିତ ନୂଆବର୍ଷ ପାଳନ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ଓ୍ୱର୍କଫ୍ରଣ୍ଟ କଥା ଯଦି ଆଲୋଚନା କରିବା ତେବେ ଉରି ଫିଲ୍ମରେ ଭିକ୍କି କୌଶଲଙ୍କ ଅଭିନୟକୁ ବେଶ୍‌ପ୍ରଶଂସା କରାଯାଇଥିଲା । ଆଗାମୀ ଦିନରେ ଭିକ୍କିଙ୍କୁ ମାନୁଷୀ ଛିଲ୍ଲରଙ୍କ ସହିତ ସ୍କ୍ରିନ୍‌ଶେୟାର କରୁଥିବାର ଦେଖିବାକୁ ମିଳିବ । ଅନ୍ୟପଟେ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ସୂର୍ଯ୍ୟବଂଶୀ ଖୁବଶୀଘ୍ର ରିଲିଜ୍‌ହେବାକୁ ଯାଉଛି । ଫିଲ୍ମରେ ତାଙ୍କ ବିପକ୍ଷରେ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିବ ।

Leave a Reply