spot_img

Latest Posts

ଇସ୍କନ ପକ୍ଷରୁ ପୁଣି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅବମାନନା

ନନ୍ଦିଘୋଷ ବ୍ୟୁରୋ: ଇସ୍କନ ପକ୍ଷରୁ ପୁଣି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅବମାନନା । ଆମେରିକାର ବିଭିନ୍ନ ସହରରେ ଇସ୍କନ ପକ୍ଷରୁ ଭିନ୍ନ ଭିନ୍ନ ଦିବସରେ ସ୍ନାନଯାତ୍ରା କରାଯାଇଛି । ଏହା ଶାସ୍ତ୍ରୀୟ ମତ ଅନୁସାରେ ହୋଇ ନଥିବା ଦର୍ଶାଇ କ୍ଷୋଭ ପ୍ରକାଶ କରିଛନ୍ତି ପୁରୀ ଗଜପତି ମହାରାଜା । ଏ ନେଇ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । ଇସ୍କନ ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତି ଗଜପତି ମହାରାଜା l ଭାରତ ବାହାରେ ବିଭିନ୍ନ ଦେଶର ଇସ୍କନ କେନ୍ଦ୍ର ତଥା ମନ୍ଦିରଗୁଡ଼ିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ଭିନ୍ନଭିନ୍ନ ତିଥିରେ ପାଳନ କରୁଥିବା ନଜରକୁ ଆସିଛି । ଏହା ସମ୍ପୂର୍ଣ୍ଣ ଶାସ୍ତ୍ର ବିରୋଧୀ ବୋଲି ପତ୍ରରେ ଲେଖିଛନ୍ତି ଗଜପତି । ବିଭିନ୍ନ ଇସ୍କନ ମନ୍ଦିର ପକ୍ଷରୁ ଇଣ୍ଟରନେଟରେ ଏ ସମ୍ପର୍କରେ ଦିଆଯାଇଥିବା ଘୋଷଣାନାମାକୁ ମଧ୍ୟ ଚିଠି ସହିତ ସଂଲଗ୍ନ କରାଯାଇଛି l ଗତ ମାର୍ଚ୍ଚ ୨୦ ତାରିଖରେ ଭୁବନେଶ୍ବର ଠାରେ ହୋଇଥିବା ଆଲୋଚନା ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ ଦୃଢ଼ ଭାବେ  ସ୍ନାନଯାତ୍ରା କେବଳ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି ଜୁନ୍ ୧୧ ତାରିଖରେ ପାଳନ କରାଯିବାକୁ କହିଥିଲେ । ଏବଂ ଆଷାଢ ଶୁକ୍ଳ ଦ୍ବିତୀୟା ଜୁନ୍ ୨୭ ତାରିଖ ଠାରୁ ଆଷାଢ ଶୁକ୍ଳ ଦଶମୀ ଜୁଲାଇ ୫ ତାରିଖ ୯ ଦିନ ମଧ୍ୟରେ ହିଁ ରଥଯାତ୍ରା ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ବାହୁଡାଯାତ୍ରା ପାଳନ କରାଯାଇ ପାରିବ ବୋଲି ସ୍ପଷ୍ଟ କରିଥିଲେ l ମହାପ୍ରଭୁଙ୍କ ସବୁଠାରୁ ପବିତ୍ର ଏହି ଯାତ୍ରା ଅନ୍ୟ ତିଥି କିମ୍ବା ତାରିଖରେ ପାଳନ କରାଯିବା ଦ୍ବାରା ଶାସ୍ତ୍ର ତଥା ପବିତ୍ର ଶ୍ରୀଜଗନ୍ନାଥ ପରମ୍ପରା ଉଲ୍ଲଂଘନ ହେଉଛି । ତେଣୁ ସମଗ୍ର ବିଶ୍ୱରେ କୌଣସି ଇସ୍କନ କେନ୍ଦ୍ର କିମ୍ବା ମନ୍ଦିରରେ ଶାସ୍ତ୍ର ସମ୍ମତ ତିଥି ବ୍ୟତିତ ଅନ୍ୟ ଦିନ ସ୍ନାନଯାତ୍ରା କିମ୍ଵା ରଥଯାତ୍ରା ଯେପରି ପାଳିତ ନହୁଏ, ତାହା ନିଶ୍ଚିତ କରିବାକୁ ଇସ୍କନ ଗଭର୍ଣ୍ଣିଂ ବଡି କମିଶସନ ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସ ପ୍ରଭୁଙ୍କୁ କହିଛନ୍ତି ଗଜପତି ମହାରାଜା ।….

Latest Posts

Don't Miss