spot_img

Latest Posts

ଭୟଙ୍କର ହେଉଛି ଗାଜା ଉପରେ ଇସ୍ରାଏଲ ଆଟାକ

ଗାଜା: ଭୟଙ୍କର ହେଉଛି ଗାଜା ଉପରେ ଇସ୍ରାଏଲ ଆଟାକ। ଗତକାଲି ରାତିରେ ଗାଜା ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣରେ ୭୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଯାଏଁ ୪ ହଜାର ୬ଶହରୁ ଅଧିକ ପାଲେଷ୍ଟାଇନ ନାଗିରକଙ୍କ ମୃତ୍ୟୁ ହେଲାଣି। ହମାସକୁ ସଂପୂର୍ଣ୍ଣ ନିପାତ କରିବା ପାଇଁ ଯୋଜନା କରୁଛି ଇସ୍ରାଏଲ। ସେଥିପାଇଁ ଗାଜା ସୀମାରେ ଇସ୍ରାଏଲ ସେନା ଗ୍ରାଉଣ୍ଡ ଆଟାକ ପାଇଁ ପ୍ରସ୍ତୁତ ରହିଛନ୍ତି।

ସେପଟେ ଉତ୍ତରସୀମାରେ ଲେବାନନ ସହ ଗୁଳି ବିନିମୟ ହୋଇଛି। ଇରାନ ସମର୍ଥିତ ହିଜବୁଲ୍ଲାକୁ ଯୁଦ୍ଧରେ ଏଣ୍ଟ୍ରି ନକରିବା ପାଇଁ ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ହିଜବୁଲ୍ଲା ଜାଣିଶୁଣି ସ୍ଥିତିକୁ ଅଧିକ ଗମ୍ଭୀର କରୁଛି । ସେଥିପାଇଁ ହିଜବୁଲ୍ଲାକୁ ଇସ୍ରାଏଲ ସେନା ଚେତାବନୀ ଦେଇଛି। କୌଣସି ମୂଲ୍ୟରେ ଗାଜାରେ ଯେପରି ମାନବିକ ସହାୟତା ନପହଞ୍ଚେ ସେଥିପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ନେତାନ୍ୟାହୁ।

ଅନ୍ୟପଟେ ଯଦି ଇସ୍ରାଏଲ ଓ ଆମେରିକା ଗଣହତ୍ୟା ବନ୍ଦ ନକରନ୍ତି ତେବେ ଗାଜାରେ ସ୍ଥିତି ନିୟନ୍ତ୍ରଣ ବାହାରେ ହୋଇଯିବ ବୋଲି ଇରାନ ଚେତାଇ ଦେଇଛି। ହମାସ ହାତରେ ବିପଜ୍ଜନକ ରାସାୟନିକ ଅସ୍ତ୍ର ଥିବା ନେଇ ଦାବି କରିଛି ଇସ୍ରାଏଲ। ଅକ୍ଟୋବର ୭ରେ ମ୍ୟୁଜିକ ଫେଷ୍ଟିଭାଲରେ ହୋଇଥିବା ହମାସ ଆକ୍ରମଣରେ ମୃତ ଆତଙ୍କବାଦୀଙ୍କ ନିକଟରୁ ରାସାୟନିକ ଅସ୍ତ୍ର ପ୍ରସ୍ତୁତକାରୀ ସାମଗ୍ରୀ ମିଳିଛି। ଖାଲି ଏତିକି ନୁହେଁ ଜବତ ସାମଗ୍ରୀର ଅଲକାଏଦା ସହ କନେକ୍ସନ ଥିବା କୁହାଯାଉଛି।

Latest Posts

Don't Miss