କୋରାନ ଓ ଆରବୀ ଭାଷା ବାଧ୍ୟତାମୂଳକ କଲା ଇସ୍ରାଏଲ, ହେଲେ କାହିଁକି ?
1 min read
ନନ୍ଦିଘୋଷ ବ୍ୟୁରୋ: ଇରାନ ସହ ଯୁଦ୍ଧ ଭିତରେ ଇସ୍ରାଏଲ ସରକାରଙ୍କ ବଡ଼ ଘୋଷଣା । ମୋସାଦର ସମସ୍ତ ଅଧିକାରୀ ଏବଂ ସୈନିକଙ୍କ ପାଇଁ ଜାରି କରାଯାଇଛି ନିର୍ଦ୍ଦେଶନାମା । ଏହି ନିର୍ଦ୍ଦେଶନାମା ଅନୁସାରେ ସମସ୍ତ ଅଧିକାରୀ ଏବଂ ସୈନିକ ବାଧ୍ୟତାମୂଳକ ଭାବେ ଇସଲାମ ଶିକ୍ଷା କରିବେ । ଏଥିପାଇଁ ଶୀଘ୍ର ନୂଆ ପାଠ୍ୟକ୍ରମ ଆସିବ ବୋଲି ଆଦେଶରେ କୁହାଯାଇଛି । ଇସ୍ରାଏଲ ନ୍ୟାସନାଲ ନ୍ୟୁଜ ଅନୁସାରେ ୨୦୨୪ ଅକ୍ଟୋବରରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଗୁଇନ୍ଦା ବିଫଳତାକୁ ଏହି ଆକ୍ରମଣର କାରଣ ବୋଲି କୁହାଯାଇଛି । ରିପୋର୍ଟରେ କୁହାଯାଇଛି, ଯଦି ଅଧିକାରୀ ପୂର୍ବରୁ ଆରବୀ ଭାଷା ଜାଣିଥାନ୍ତେ ତେବେ ସ୍ଥିତି କିଛି ଅଲଗା ହୋଇଥାନ୍ତା ।
ଇସଲାମ ଶିକ୍ଷା ଇସ୍ରାଏଲରେ ବାଧ୍ୟତାମୂଳକ
AMAN ଅନୁସାରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପଠାଇ ଦିଆଟାଇଛି । ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ । ସରକାର କହିଛନ୍ତି, ସମସ୍ତ ଅଧିକାରୀଙ୍କ ପାଇଁ ଏହା ବାଧ୍ୟତାମୂଳକ । ସେ ଯେଉଁ ପଦରେ ରହିଥାନ୍ତୁ କି ଯେଉଁ ଭାଷାର ଲୋକ ହୋଇଥାନ୍ତୁ, ଇସଲାମ ଶିକ୍ଷିବାକୁ ପଡ଼ିବ । ଆସନ୍ତା ବର୍ଷ ସୁଦ୍ଧ ସମସ୍ତ ଅଧିକାରୀଙ୍କୁ ଶତ ପ୍ରତିଶତ ଇସଲାମ ପଢ଼ିବା ଓ ୫୦ ପ୍ରତିଶତ ଆରବୀ ଭାଷା ଶିଖାଇବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଶୀଘ୍ର ଇସ୍ରାଏଲରେ ଅଧିକାରୀଙ୍କ ପାଇଁ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ ।
ଇସଲାମ ଓ ଆରବୀ ଭାଷା ବାଧ୍ୟତାମୂଳକର ୪ଟି ପ୍ରମୁଖ କାରଣ
୧. ମୁସଲିମ ଦେଶଙ୍କ ମଧ୍ୟରେ ରହିଛି ଇସ୍ରାଏଲ । ପଡୋଶୀରେ ଜୋର୍ଡାନ, ତୁର୍କିଏ, ସାଉଦୀ, ୟମନ ଓ ଲେବାନନ ରହିଛନ୍ତି । ଇସ୍ରାଏଲର ଅଧିକାଂଶ ପଡ଼ୋଶୀ ଦେଶରେ ଆରବୀ ଭାଷା କୁହାଯାଉଥିବା ବେଳେ କେବଳ ଇସ୍ରାଏଲରେ ହିବ୍ରୁ ଭାଷା ପ୍ରଚଳିତ ।
୨. ଇସ୍ରାଏଲର ବସୁଠାରୁ ବଡ଼ ଶତ୍ରୁ ଇରାନ । ନିକଟରେ ପ୍ରକ୍ସି ଓ୍ବାର ଜରିଆରେ ଇସ୍ରାଏଲ ଇରାନରେ ତାଣ୍ଡବ ମଚାଇଥିଲା । ହେଲେ ଇସ୍ରାଏଲର ଏହି ଚାଲକୁ ଇରାନ ବୁଝି ସାରିଛି । ଆଗକୁ ସ୍ଥିତି ଉପରେ ନଜର ରଖିବାକୁ ଇସ୍ରାଏଲ ଏମିତି ପଦକ୍ଷେପ ନେଇଛି ।
୩. ଇସ୍ରାଏଲର ଟପ କମାଣ୍ଡର ଇସଲାମ ଓ ଆରବୀ ଭାଷାକୁ ସହଜରେ ଡିକୋଡ କରିପାରୁଥିବା ବେଳେ ତଳସ୍ତର ଅଧିକାରୀ ଓ କର୍ମଚାରୀଙ୍କ କ୍ଷେତ୍ରରେ ଏହି ସଫଳତା ମିଳୁନାହିଁ । ଏହା ବି ଏକ ବଡ଼ କାରଣ ବୋଲି କୁହାଯାଉଛି ଏପରି ନିର୍ଦ୍ଦେଶନାମା ପଛରେ ।
୪. ମୋସଦକୁ ପ୍ରକୃତ ଡର ହୁତିଠାରୁ ରହିଛି । ହୁତି ବିଦ୍ରୋହୀଙ୍କ ଭାଷାକୁ ମୋସାଦର ଅଧିକାରୀ ସହଜରେ ଅନୁବାଦ କରିପାରି ନଥାନ୍ତି । ଏହି ସମସ୍ୟା ଦୂର କରିବାକୁ ଇସ୍ରାଏଲ ଏହି ପଦକ୍ଷେପ ନେଇଛି ।
କେମିତି ଲାଗୁ କରିବ ଇସ୍ରାଏଲ ?
ଏବେ ପ୍ରଶ୍ନ ଉଠୁଛି ଇସ୍ରାଏଲ ଏହାକୁ କେମିତି ଲାଗୁ କରିବ । ରିପୋର୍ଟ ଅନୁସାରେ, AMAN ଭିତରେ ନୂଆ ପ୍ରଶିକ୍ଷଣ ବିଭାଗ କରାଯିବ । ଏଥିରେ ଗୁଇନ୍ଦା ଅଧିକାରୀଙ୍କୁ ଭାଷାକୁ ନେଇ ସୂଚନା ଦିଆଯିବ । ଅଧିକାରୀଙ୍କୁ ଏହି ଭାଷା ଶିଖିବାକୁ ଉକ୍ତ ଅନୁବାଦକଙ୍କ ସାହାଯ୍ୟ ନିଆଯିବ । ଯେଉଁମାନେ ଇସ୍ରାଏଲର ସରକାରୀ ବିଭାଗରେ ପୂର୍ବରୁ କାର୍ଯ୍ୟରତ ଅଛନ୍ତି । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଗୋପନୀୟ ଭାବେ ଚାଲିବ ।