ଚାକିରି ସହ ବାହାଘର କରାଉଛି ଏହି ଆଇଟି କମ୍ପାନୀ

ଚେନ୍ନାଇ: ଯେ, କୌଣସି କର୍ମଚାରୀ ପାଇଁ ତାର କର୍ମସ୍ଥଳୀ ଖାସ୍ ହୋଇଥାଏ । ସେହିଭଳି ଭଲ କାମ କରୁଥିବା କର୍ମଚାରୀଙ୍କୁ କମ୍ପାନୀ ଛାଡ଼ିବାକୁ ବି ଚାହିଁ ନଥାଏ । କର୍ମଚାରୀଙ୍କୁ ସବୁ ପ୍ରକାର ସୁବିଧା ଦେଇଥାଏ କମ୍ପାନୀ । କିନ୍ତୁ ଏପରି ଏକ କମ୍ପାନୀ ଅଛି ଯାହା କର୍ମଚାରୀଙ୍କ ସହ ତାଙ୍କ ପରିବାରର ସବୁ ଦାୟିତ୍ବ ନେଇଛି । କେବଳ ସେତିକି ନୁହେଁ ବିବାହ କରି ନଥିବା କର୍ମଚାରୀଙ୍କ ପାଇଁ ବର କିମ୍ବା କନ୍ୟା ଖୋଜି ବିବାହ ବି କରାଉଛି ।

ଗ୍ଲୋବାଲ୍ ଟେକନୋଲୋଜି ସଲ୍ୟୁସନ ପ୍ରୋଭାଇଡର୍ କମ୍ପାନୀ ଶ୍ରୀ ମୋକାମ୍ବିକା ଇନଫୋସଲ୍ୟୁସନଙ୍କ ତରଫରୁ ମଦୁରାଇରେ ଥିବା ଶାଖାର କର୍ମଚାରୀଙ୍କୁ ଏହି ଖାସ୍ ସୁବିଧା ଦେଉଛି । ଯେଉଁମାନଙ୍କର ବିବାହ ହେଉଛି ସେମାନଙ୍କପାଇଁ ସ୍ପେଶାଲ୍ ସାଲାରି ମଧ୍ୟ ବଢ଼ାଯାଉଛି ।

ଏହି କମ୍ପାନୀ ଭଲ କର୍ମଚାରୀଙ୍କୁ ବିଲକୁଲ ବି ଛାଡ଼ିବାକୁ ଚାହୁଁନି । ତାମିଲନାଡୁରେ ଥିବା ଏହି କମ୍ପାନୀ ୨୦୦୬ରେ ସିଭାକାଶୀରୁ ଆରମ୍ଭ ହୋଇଥିଲା । ଏକ ରିପୋର୍ଟ ଅନୁସାରେ ବର୍ଷକରେ ଏହି କମ୍ପାନୀ ୧୦୦ କୋଟି ଆୟ କରେ । କମ୍ପାନୀର ସିଇଓ କର୍ମଚାରୀଙ୍କୁ ସୁବିଧା ସୁଯୋଗ ଦେବାରେ ବିଶ୍ବାସ କରନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ସେ ନିଯୁକ୍ତି ଦେବାରେ ଅସୁବିଧାର ସମ୍ମୁଖିନ ହେଉଥିଲେ । କିନ୍ତୁ ଯେତେବେଳେ ସେ ସୁବିଧା ସୁଯୋଗ ଦେବା ଆରମ୍ଭ କଲେ କର୍ମଚାରୀଙ୍କ କର୍ଯ୍ୟଦକ୍ଷତା ବଢ଼ିଲା । ସେ କର୍ମଚାରୀଙ୍କୁ ବଡ଼ଭାଇ ଭି ବ୍ୟବହାର କରନ୍ତି ।