ଡିଏନ୍ ଗ୍ରୁପ ଉପରେ ଆଇଟି ରେଡ୍ ମାମଲା, ମିଳିଲା ପ୍ରାୟ କୋଟିଏ ଟଙ୍କାର ଜାଲ୍‌ ନୋଟ୍‌

1 min read

ଭୁବନେଶ୍ୱର: ଡିଏନ୍ ଗ୍ରୁପ ଉପରେ ଆଇଟି ରେଡ୍ ମାମଲା । କୋଟିଏ ଟଙ୍କା ପାଖାପାଖି ଫେକ୍ ନୋଟ୍ ମିଳିଥିବା ଆଇଟି ସୂତ୍ରରୁ ସୂଚନା ମିଳିଛି । ଫେକ୍ ନୋଟ୍ ନେଇ ଛାନଭିନ୍ ଆରମ୍ଭ କରିଛି ଆୟକର ବିଭାଗ । ଏକ୍ସପର୍ଟମାନେ ପହଞ୍ଚି ଫେକ୍ ନୋଟ୍ ଚିହ୍ନଟ କରିଛନ୍ତି । ଟଙ୍କା ଗଣା ମେସିନ ସାହାଯ୍ୟରେ ଫେକ୍ ନୋଟ୍ ଗଣା ଚାଲିଛି । ୧୦୦ କୋଟିରୁ ଅଧିକ ଟଙ୍କାର କ୍ୟାସ୍ ରିସିପ୍ଟ ମିଳିଛି । ବିଭିନ୍ନ ଲୋକଙ୍କଠାରୁ ନେଣ ଦେଣ ହୋଇଥିବା ରିସିପ୍ଟକୁ ନେଇ ଖୋଳତାଡ଼ ଚାଲିଛି । ରିସିପ୍ଟ ଗୁଡ଼ିକ ଗଣା ଚାଲିଥିବା ବେଳେ, ଚଢ଼ାଉ ପ୍ରକ୍ରିୟା ଜାରି ରହିଛି । ଏନେଇ ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଅସଲି ଟଙ୍କାଗୁଡିକୁ ୟୁନିଟ-୪ କ୍ବାର୍ଟରରୁ ନେଇଛି ଆଇଟି ବିଭାଗ । ଖୁବଶୀଘ୍ର ଘଟଣାର ତଦନ୍ତ କରିବ ଇଡି । ଗତକାଲି ଚଢାଉ ବେଳେ ୧୧ କୋଟିରୁ ଅଧିକ ନଗଦ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା । ୩ଟି ଟ୍ରଙ୍କ୍ ଓ ଗୋଟିଏ ଆଟାଚିରୁ କେବଳ ୫୦୦ ଟଙ୍କିଆ ନୋଟ୍ ମିଳିଥିଲା । କମ୍ପାନୀ ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଇଥିଲା । ଟିକସ ଫାଙ୍କିବା ଅଭିଯୋଗରେ ୨୨ ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଆୟକର ବିଭାଗ ।