ଇଟାଲିରେ ପ୍ରଳୟଙ୍କରୀ ବନ୍ୟା, ଏମିଲିଆ-ରୋମାନାରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ

1 min read

ରୋମ୍: ଇଟାଲିରେ ପ୍ରଳୟଙ୍କରୀ ବନ୍ୟା । ଏମିଲିଆ-ରୋମାନାରେ ଦେଖାଦେଇଥିବା ଭୟଙ୍କର ବନ୍ୟା ଯୋଗୁ ଲକ୍ଷ ଲକ୍ଷ ଲୋକ ହୋଇଛନ୍ତି ପ୍ରଭାବିତ । ତେବେ ଏହି ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୩ରୁ ଅଧିକ ହୋଇଥିବା ସୂଚନା ମିଳିଛି । ବିଗତ ୧୦୦ ବର୍ଷ ମଧ୍ୟରେ ଏହି ଧରଣର ବନ୍ୟା କେବେ ଘଟି ନଥିବା କୁହାଯାଇଛି । କନଫାଗ୍ରିକୋଲୁରା ରାଭେନ୍ନାରେ ବି ବନ୍ୟା ପ୍ରଳୟ ରଚିଚି ବନ୍ୟା । ବନ୍ୟା ଯୋଗୁ ହଜାର ହଜାର କୃଷକ କ୍ଷତିର ଶିକାର ହୋଇଥିବାବେଳେ ଅନେକ ସହର ହୋଇଛି ଜଳପ୍ଲାବିତ । ଅବାରିତ ବର୍ଷା ଯୋଗୁ ଜନଜୀବନ ବ୍ୟାହତ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଘଟିଛି ଫ୍ଲାସ୍ ଫ୍ଲଡ୍ ।

ଏହି ପ୍ରଳୟଙ୍କାରୀ ବନ୍ୟାରେ ପ୍ରାୟ ୪୦ଟି ମ୍ୟୁନିସିପାଲିଟି କ୍ଷତିଗ୍ରସ୍ତ ହୋଇଛି । ୨୦ରୁ ଅଧିକ ନଦୀରେ ବନ୍ୟାଜଳ ପ୍ରବାହିତ ହେବାରୁ ସ୍ଥିତି ଅଧିକ ସଂକଟଜନକ ହୋଇଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ ୨୮୦ରୁ ଅଧିକ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି । ରାଭେନା ସହରର ଅନ୍ତର୍ଗତ ଲୁଗୋ ସହର ସର୍ବାଧିକ ପ୍ରଭାବିତ ହୋଇଛି । ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ଧରଣର ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି ହୋଇଛି ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ଜୋର୍ଜିଆ ମେଲୋନି ସ୍ଥିତି ସମୀକ୍ଷା କରିଛନ୍ତି ।