spot_img

Latest Posts

ଗୀତ ପ୍ରସ୍ତୁତ ଲାଗି କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସହ ଚୁକ୍ତି କଲା ଆଇୟୁସିଏନ୍

ଭୁବନେଶ୍ୱର: ଓଡିଶାର ଘରେ ଘରେ ପରିଚିତ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କୁ ନିକଟରେ ଇଣ୍ଟରନ୍ୟାସନାଲ୍ ୟୁନିଅନ୍ ଫର୍ କନଜରଭେସନ୍ ଅଫ୍ ନେଚର (ଆଇୟୁସିଏନ୍) ଦ୍ୱାରା ସମ୍ମାନିତ କରାଯାଇଛି। ଯାହା ପରେ ଇଣ୍ଟରନ୍ୟାସନାଲ୍ ୟୁନିଅନ୍ ଫର୍ କନଜରଭେସନ୍ ଅଫ୍ ନେଚର ସହ ସୁସ୍ମିତାଙ୍କ ଚୁକ୍ତିନାମା ହୋଇଛି।

ସୂଚନା ଅନୁଯାୟୀ, ସୁସ୍ମିତାଙ୍କ ସମସ୍ତ ଗୀତ ଗୁଡିକ ଓଡ଼ିଆ ଭାଷା, ସଂସ୍କୃତି ଏବଂ ଅନେକ ସମୟରେ ସାମାଜିକ ଚେତନାକୁ ନେଇ ହେଉଥିବାରୁ ଆଇୟୁସିଏନ୍ ତାଙ୍କୁ ସମ୍ମାନିତ କରିଛି । ଏହାଛଡା ଆଇୟୁସିଏନ୍ ପକ୍ଷରୁ ସୁସ୍ମିତାଙ୍କୁ ବିଶ୍ୱ ପର୍ଯ୍ୟାବରଣ ଦିବସ ଉପଲକ୍ଷେ “ପୃଥିବୀ ମନ୍ଥନ” ବିଷୟବସ୍ତୁ ଆଧାରିତ ଏକ ଗୀତ ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରାଯାଇଛି ।

ଏହି ଗୀତରେ ଆଇୟୁସିଏନ୍ ମିଳିତ ଭାବେ ସୁସ୍ମିତାଙ୍କ ସହ କାମ କରିବାକୁ ଥିବା ବେଳେ ଜୁନ ୫ ବିଶ୍ୱ ପର୍ଯ୍ୟାବରଣ ଦିବସରେ ଏହି ଗୀତଟିକୁ ଉନ୍ମୋଚନ କରାଯିବ । ଏହା ସମଗ୍ର ଓଡିଶା ବାସୀଙ୍କ ପାଇଁ ଗୌରବର ପରିଭାଷା ହୋଇଥିବା ବେଳେ ଏହି ସଫଳତା ପାଇଁ ସୁସ୍ମିତା ଆଇୟୁସିଏନ୍ ସହ ସମସ୍ତ ଶ୍ରୋତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Latest Posts

Don't Miss