ଯେଉଁଠି ଭୋଟ୍‌ ସେଇଠି ଟିକା: ସାର୍ବଜନୀନ ଟିକାକରଣ ପାଇଁ ଯୋଜନା କଲେ ଦିଲ୍ଲୀ ସରକାର

1 min read

ନୂଆଦିଲ୍ଲୀ: ରାଜଧାନୀରେ ୪୫ ବର୍ଷରୁ ଅଧିକ ଲୋକଙ୍କର ଟିକାକରଣ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଯାହାର ନାମ ରହିଛି ‘ଜାହାଁ ଭୋଟ୍, ୱାହାଁ ଭ୍ୟାକ୍ସିନେସନ୍’ ଅର୍ଥାତ୍ ‘ଯେଉଁଠି ଭୋଟ୍‌ ସେଇଠି ଟିକା’। ଏନେଈ ସୋମବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରକାଶ କରିଛନ୍ତି ।

ଯଦି ଟିକା ଅଭାବ ନହୁଏ, ତେବେ ଏହି ଅଭିଯାନ ଅଧୀନରେ ୪ ସପ୍ତାହ ମଧ୍ୟରେ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଦିଲ୍ଲୀରେ ଟିକା ଦିଆଯିବ। ଏହି ଅଭିଯାନ ଅଧୀନରେ ଆମେ ସବୁ ଘରକୁ ଯାଇ କହିବୁ ଯେ ଆପଣ ଯେଉଁଠାକୁ ଭୋଟ୍ ଦେବାକୁ ଯାଉଛନ୍ତି । ଆମେ ସେଠାରେ ଆପଣଙ୍କର ଟୀକାକରଣ ପାଇଁ ବ୍ୟବସ୍ଥା କରିଛୁ।

ଆଜିଠାରୁ ଦିଲ୍ଲୀର ୭୦ଟି ୱାର୍ଡରେ ଏହି ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନରେ ପ୍ରତି ସପ୍ତାହରେ ୭୦ ୱାର୍ଡରେ ଟିକାକରଣ କରାଯିବ । ଅପରପକ୍ଷେ ଟୀକାକରଣ ପାଇଁ ଲୋକଙ୍କୁ ଘରୁ ନେବା ଲାଗି ବହୁ ସଂଖ୍ୟାରେ ଇ-ରିକ୍ସା ମଧ୍ୟ ନିୟୋଜିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୦୦,୬୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨ ହଜାର ୪୨୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୪୯ହଜାର ୧୮୬ ପାର୍ କରିଛି । ଗୋଟିଏ ଦିନରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଛନ୍ତି ୧ ଲକ୍ଷ ୭୪ ହଜାର ୩୯୯ ଆକ୍ରାନ୍ତ। ନୂଆ ଆକ୍ରାନ୍ତକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୯ ଲକ୍ଷ ୯ ହଜାର ୯୭୫ ପାର୍ କରିଛି। ଏବେ ସୁଦ୍ଧା ସାରା ଦେଶରେ ୨୩ କୋଟି ୨୭ ଲକ୍ଷ ୮୬ ହଜାର ୪୮୨ ଲୋକଙ୍କୁ କରୋନା ଟିକା ଦିଆ ସରିଛି।

Leave a Reply