ପଙ୍ଗପାଳ ଆତଙ୍କ: ଇଣ୍ଡିଗୋ ବିମାନ ଲ୍ୟାଣ୍ଡ୍‌ କରୁ କରୁ ପୁଣି କଲା ଟେକ୍‌ଅପ୍‌

1 min read

ଜୟପୁର: ପଙ୍ଗପାଳ ଆତଙ୍କରେ ଏବେ ଉତ୍ତର ଏବଂ ମଧ୍ୟ ଭାରତ । ଏହି କାରଣରୁ ଶନିବାର ସନ୍ଧ୍ୟାରେ ଜୟପୁର ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ହବାରୁ ବଞ୍ଚି ଯାଇଛି। ରନୱେରେ ହଠାତ୍ ବହୁ ସଂଖ୍ୟକ ପଙ୍ଗପାଳ ଆସିବାରୁ ଲ୍ୟାଣ୍ଡ କରିବାକୁ ଯାଉଥିବା ଇଣ୍ଡିଗୋ ବିମାନକୁ ପୁଣିଥରେ ଆକାଶ ମୁହାଁ ହେବାକୁ ପଡ଼ିଥିଲା । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଏହି ସମୟ ମଧ୍ୟରେ ଏକ ବଡ଼ ଦୁର୍ଘଟଣାକୁ ରୋକାଯାଇଥିଲା ।

 

ସୂଚନା ଅନୁଯାୟୀ, ଇଣ୍ଡିଗୋର ଏକ ବିମାନ ନମ୍ବର 6E-212 ଯାହା ଦିଲ୍ଲୀରୁ ଜୟପୁରରେ ପହଞ୍ଚିଥିଲା । ​ଏହି ସମୟ ମଧ୍ୟରେ ହଠାତ୍ ବିମାନବନ୍ଦରର ରନୱେରେ ବହୁତ ସଂଖ୍ୟକ ପଙ୍ଗପାଳ ଏକତ୍ରିତ ହୋଇଥିଲେ । ଯାହାଫଳରେ ପାଇଲଟ ଜଣକ ରନଓ୍ୱେରେ ଲ୍ୟାଣ୍ଡ କରିପାରିନଥିଲେ । ପାଇଲଟ ଜଣକ ବିମାନ ଅବତରଣ କରିବା ପୂର୍ବରୁ ସମସ୍ତ ଆବଶ୍ୟକୀୟ ଯାଞ୍ଚ କରିଥିଲେ । ଯେଉଁଥିପାଇଁ ପଙ୍ଗପାଳ ଥିଲେ ସୁଦ୍ଧା କୌଣସି ବଡ଼ ଦୁର୍ଘଟଣା ଘଟି ନଥିଲା ।

ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ଦାବି ହୋଇଛି

ଏହି ପରିପ୍ରେକ୍ଷୀରେ ରାଲୋପା ନ୍ୟାସନାଲ କନଭେନର ତଥା ନାଗପୁର ସାଂସଦ ହନୁମାନ ବେନିୱାଲ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ସମସ୍ୟାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ସେ ଦାବି କରିଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ବେନିୱାଲ ପଙ୍ଗପାଳ ନିୟନ୍ତ୍ରଣର ପ୍ରଭାବଶାଳୀ ପଦକ୍ଷେପ ନେବାକୁ ରାଜସ୍ଥାନ ସମେତ ଅନ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରିବାକୁ ଦାବି କରିଛନ୍ତି ।

ଏହି ଚିଠିରେ ବେନିୱାଲ ଲେଖିଛନ୍ତି ଯେ ରାଜସ୍ଥାନ, ଗୁଜୁରାଟ ଏବଂ ପଞ୍ଜାବର ସୀମାନ୍ତ ଅଞ୍ଚଳର ପଙ୍ଗପାଳ ଦଳ ଯେଉଁଠାରୁ ପ୍ରବେଶ କରୁଛନ୍ତି ସେଠାରୁ ନିୟନ୍ତ୍ରଣ କରାଯିବା ଉଚିତ। ଯେଉଁ ଅଞ୍ଚଳରେ ଜନସଂଖ୍ୟା ନାହିଁ, ଛୋଟ ବିମାନ ଏବଂ ହେଲିକପ୍ଟର ଇତ୍ୟାଦି ମାଧ୍ୟମରେ କୀଟନାଶକ ସ୍ପ୍ରେ କରିବା ଉଚିତ୍ । ବେନିୱାଲ ଚିଠିରେ ମଧ୍ୟ କହିଛନ୍ତି ଯେ ଯଦି ତୃଣଭୋଜୀ ନିୟନ୍ତ୍ରଣ ପାଇଁ କଂକ୍ରିଟ ଯୋଜନା ତୁରନ୍ତ କରା ନ ଯାଏ ତେବେ କୃଷକମାନେ ଆର୍ଥିକ ଦୃଷ୍ଟିରୁ ଭାଙ୍ଗିଯିବେ।

Leave a Reply