ଭାରତ ଆକ୍ରମଣରେ ଆତଙ୍କବାଦୀ ମସୂଦ ଅଜହରର ପୁରା ପରିବାର ସଫା

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ଠାରୁ ବଡ଼ ପ୍ରତିଶୋଧ ନେଇଛି ଭାରତ । ସେନା, ନୌସେନା ଏବଂ ବାୟୁସେନାର ମିଳିତ ଅପରେସନରେ ୩୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଅନୁମାନ କରାଯାଉଛି । ଏହି ଅପରେସନରେ ଭାରତୀୟ ସେନାକୁ ମିଳିଛି ଆଉ ବଡ଼ ସଫଳତା । ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ରେ ମସୂଦ ଅଜହରର ପୁରା ପରିବାର ସଫା ହୋଇଯାଇଛି । ମସୁଦ ପରିବାରର ୧୪ ଜଣ ଆକ୍ରମଣରେ ପ୍ରାଣ ହରାଇଥିବା ଜଣା ପଡ଼ିଛି । ନିହତଙ୍କ ମଧ୍ୟରେ ମସୂଦ ପତ୍ନୀ, ପୁଅ ଏବଂ ଭାଇ ମଧ୍ୟ ସାମିଲ । ଏହା ବ୍ୟତୀତ ଭାରତର ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀ ମସୂଦ ଅଜହରର ଭାଇ ରଉଫ ଅଜହର ମଧ୍ୟ ନିହତ ହୋଇଥିବା ସୂଚନା ରହିଛି ।
ସୂଚନା ଅନୁଯାୟୀ ‘ଅପରେସନ ସିନ୍ଦୂର’ ମଙ୍ଗଳବାତ ରାତି ୧.୦୫ରେ ଆରମ୍ଭ ହୋଇ ୧.୩୦ରେ ଶେଷ ହୋଇଥିଲା । ୨୫ ମିନିଟରେ ୨୧ଟି ଟାର୍ଗେଟ ଉପରେ ଆକ୍ରମଣ କରି ଆଙ୍କବାଦୀଙ୍କ ଆଡ୍ଡାକୁ ନିପାତ କରାଯାଇଥିଲା । ଏନେଇ ସାମ୍ୱାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିମ୍ରି । ଏହି ଏୟାର ଷ୍ଟ୍ରାଇକରେ ଭାରତ ତାର ବଦଲା ପୂରା କରିଛି ।