ଧର୍ମଶାଳା: ବେଆଇନ ମୋରମ ଚାଲାଣ ଅଭିଯୋଗରେ ବିଜେପି ନେତାଙ୍କୁ ଜୋରିମାନା। ଯାଜପୁର ଜିଲ୍ଲା ଧର୍ମଶାଳାର ବିଜେପି ନେତା ତଥା ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କ ଉପରେ ୨୨୮ କୋଟିରୁ ଅଧିକ ଟଙ୍କା ଜୋରିମାନା କରିଛି ଜିଲ୍ଲା ପ୍ରଶାସନ। ଦର୍ପଣ ତହସିଲ ଅଧିନ ମାଣ୍ଡୁକା ପାହାଡ଼ରେ ବେଆଇନ ମୋରମ ଚାଲାଣ ହେଉଥିବାବେଳେ ଜିଲ୍ଲା ପ୍ରଶାସନ ରେଡ୍ କରିଥିଲା।
ମୋରମ ଉତ୍ତୋଳନ କରୁଥିବା ଏସ୍କକା ଭେଟର ମେସିନ ଜବତ କରାଯାଇଥିଲା। ମେସିନଟି ବିଜେପି ନେତା ସର୍ବେଶ୍ବର ବେହୁରାଙ୍କ ବୋଲି ଜଣାପଡିଥିଲା। ବେଆଇନ ବାବେ ୨ ଲକ୍ଷ ୫୩ ହଜାର ୨୭୩ ଘନମିଟର ଅଞ୍ଚଳରୁ ମୋରମ ଉତ୍ତୋଳନ ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା । ରୟାଲଟି, ଅତିରିକ୍ତ ଶୁଳ୍କ, ଡିଏମଏଫ, ଇଏମଏଫ ଓ ପରିବେଶ କ୍ଷତିପୂରଣ ବାବଦକୁ ମୋଟ ୨୨୮ କୋଟି ୨୫ ଲକ୍ଷ ୬୧ ହଜାର ୭୮ ଟଙ୍କାର ଡିମାଣ୍ଡ ନୋଟିସ ପଠାଇବାକୁ ଜିଲ୍ଲାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

