ଯାଜପୁରର ନାବାଳିକା ମଧ୍ୟପ୍ରଦେଶରୁ ଉଦ୍ଧାର ; ଦୁବୃର୍ତ୍ତ ବିକ୍ରି କରିଦେଇଥିବା ଅଭିଯୋଗ

ଯାଜପୁର: ଯାଜପୁରର ନାବାଳିକା ମଧ୍ୟପ୍ରଦେଶରୁ ଉଦ୍ଧାର । ନାବାଳିକା ସହ ଅଭିଯୁକ୍ତକୁ ମଧ୍ୟପ୍ରଦେଶରୁ ଉଠାଇ ଆଣିଲା ଯାଜପୁର ପୋଲିସ । ଯାଜପୁର ଜିଲ୍ଲାର ଜଣେ ନାବାଳିକାଙ୍କୁ କେହି ଦୁବୃର୍ତ୍ତ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିକୁ ବିକ୍ରି କରି ଦେଇଥିଲେ । ବ୍ୟକ୍ତି ଜଣଙ୍କ ନାବାଳିକାଙ୍କୁ ବେଆଇନ ଭାବେ ବିବାହ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଗତ ୧୨ ତାରିଖରେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ତଦନ୍ତ ସମୟରେ ନାବାଳିକା ମଧ୍ୟପ୍ରଦେଶର ସାଗର ଟାଉନ ଥାନା ଅଞ୍ଚଳରେ ରହୁଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ଯାଜପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ଏକ ୫ ଜଣିଆ ସ୍ବତନ୍ତ୍ର ଟିମ୍ ମଧ୍ୟପ୍ରଦେଶ ଯାଇଥିଲେ । ସେଠାରେ ପହଞ୍ଚିବାପରେ ମଧ୍ୟପ୍ରଦେଶ ପୋଲିସ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ।
ଏଥିସହିତ ନାବାଳିକାଙ୍କୁ ବେଆଇନ ଭାବେ ବିବାହ କରିଥିବା ଅଭିଯୁକ୍ତ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖିଥିବା ଜଣାପଡିଛି । ପୋଲିସ ପକ୍ଷରୁ ନାବାଳିକାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ନାବାଳିକାଙ୍କୁ ତାଙ୍କ ପରିବାର ଲୋକକୁ ହସ୍ତାନ୍ତର କରାଯିବ । ଥାନାରେ ଅଟକ ଥିବା ଅଭିଯୁକ୍ତକୁ ପଚରା ଉଚରା କରାଯିବା ପରେ କୋର୍ଟ ଚାଲାଣ କରାଯିବ । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାକୁ ପୋଲିସ ତଦନ୍ତ ଚଳାଇଥିବା ଯାଜପୁର ଏସପି ୟସ୍ ପ୍ରତାପ ଶ୍ରୀମଲ୍ ସୁଚନା ଦେଇଛନ୍ତି।