ଯାଜପୁରରେ ବିଜେଡିର ମିଶ୍ରଣ ପର୍ବ, ଦଳରେ ଯୋଗଦେଲେ ଅନ୍ୟ ଦଳର ଶତାଧିକ କର୍ମୀ

ଯାଜପୁର: ଶକ୍ତି ବୃଦ୍ଧି କରୁଛି ବିଜେଡି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ଦଳ । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଏବଂ ଯାଜପୁର ପାଇଁ ପ୍ରତିବଦ୍ଧ ଥିବା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବିକାଶ କାର୍ଯ୍ୟ ବିମୋହିତ କରୁଛି । ଯେଉଁଥିପାଇଁ ବିଭିନ୍ନ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି ଶତାଧିକ କର୍ମୀ । ଯାଜପୁର ନିର୍ବାଚନ ମଣ୍ଡଳୀ ମହେଶ୍ବରପୁର ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି ବିଜେଡିର ମିଶ୍ରଣ ପର୍ବ । ଯେଉଁଥିରେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି ଭାବେ ଯୋଗ ଦେଇଥିଲେ ପୂର୍ବତନ ପୌରାଧ୍ୟକ୍ଷ ।

 Jajpur MLA Pranab Prakash To Address Public Grievances Of His Assembly Constituency Three Day In A Week

ପ୍ରତିଟି ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆଯିବ ବୋଲି ଟେଲି କନଫରେନ୍ସିଂ ଯୋଗେ କହିଛନ୍ତି ପ୍ରଣବ ପ୍ରକାଶ । ଆମ ଗାଁକୁ ଆମେ ଗଢ଼ିବା ଅଭିଯାନରେ ମଧ୍ୟ ଏହି ପଞ୍ଚାୟତକୁ ସାମିଲ୍ କରାଯାଇଛି । ପଞ୍ଚାୟତର ପ୍ରତିଟି ୱାର୍ଡରେ ୱାର୍ଡ କମିଟି ଗଠନ କରାଯିବ । ଲୋକଙ୍କ ପ୍ରତିଟି ସମସ୍ୟାକୁ ସମାଧାନ କରାଯିବ ।

 Jajpur MLA Pranab Prakash To Address Public Grievances Of His Assembly Constituency Three Day In A Week

ଯେଉଁଥିପାଇଁ ବିଧାୟକଙ୍କ ପକ୍ଷରୁ ଏହି ଅଭିନବ ପ୍ରୟାସ କରାଯାଇଛି । ଏଥିସହ ପ୍ରତି ରବିବାର, ସୋମବାର ଓ ବୁଧବାର ସକାଳ ୮ରୁ ଦିନ ୧୦ଟା ପର୍ଯ୍ୟନ୍ତ ବିଧାୟକଙ୍କ ବାସଭବନରେ ଲୋକମାନଙ୍କ ଅଭିଯୋଗ ଶୁଣାଣି ପାଇଁ ବିଧାୟକ ଏହି ଅଭିଯାନ ମାଧ୍ୟମରେ ଅନୁରୋଧ କରିଛନ୍ତି ।

Leave a Reply