ଯାଜପୁର ରୋଡ ଷ୍ଟେସନରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଯାଜପୁର ରୋଡ ଷ୍ଟେସନରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣା । ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର । ଶୋକସନ୍ତପ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ପ୍ରକାଶଥାଉକି, ଆଜି ଅପରାହ୍ନରେ ଯାଜପୁର ରୋଡ ଷ୍ଟେସନ ନିକଟରେ ଟ୍ରେନ୍ ତଳେ ଚାପି ହୋଇ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଶ୍ରମିକମାନେ ରେଲୱେ ଟ୍ରାକରେ କାର୍ଯ୍ୟ କରୁଥିଲେ । ଏହି ସମୟରେ କାଳବୈଶାଖୀ ବର୍ଷା ହେବାରୁ ସେମାନେ ଦୀର୍ଘଦିନରୁ ଛିଡ଼ାଥିବା ଇଞ୍ଜିନ ବିହୀନ ବଗି ତଳେ ଆଶ୍ରୟ ନେଇଥିଲେ । ପବନର ପ୍ରବାହରେ ବଗିଟି ଆଗକୁ ଗଡ଼ିଯାଇଥିଲା । ଯାହାଫଳରେ ତା ତଳେ ଆଶ୍ରୟ ନେଇଥିବା ଶ୍ରମିକ ଟ୍ରେନ୍ ଚକରେ କଟି ମୃତ୍ୟୁବରଣ କରିଥିଲେ ।